ସୋନିଆଙ୍କୁ ଝଟକା, ବିରୋଧୀ ମେଳିରେ ଯୋଗଦେବେନି ଏହି ସବୁ ହେଭିୱେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ସୋନିଆଙ୍କୁ ଝଟକା, ବିରୋଧୀ ମେଳିରେ ଯୋଗଦେବେନି ଏହି ସବୁ ହେଭିୱେଟ

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଆଜି ବିରୋଧୀଦଳଗୁଡ଼ିକର ବିଶାଳ ବୈଠକ ବସିବ। ଦିନ ୩ଟାରେ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ପ୍ରଥମରୁ ଫାଟ ଦେଖିବାକୁ ମିଳିଛି।

ସୋନିଆ ବୈଠକ ଡାକିଥିଲେ ହେଁ ଏଥିରେ ବିଏସ୍‌ପି ସୁପ୍ରିମୋ ମାୟାବତୀ, ସପା ମୁଖ୍ୟ ଅଖିଲେଶ ଯାଦବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସୋନିଆଙ୍କ ବୈଠକକୁ ବୟକଟ କରିପାରନ୍ତି। ଏହି ୪ ଦଳ ସହ ନିର୍ବାଚନ ବେଳେ କଂଗ୍ରେସ ସହ ତିକ୍ତତା ସୃଷ୍ଟି ହୋଇଥିଲା। ଏହି କାରଣରୁ ସେମାନେ ସୋନିଆଙ୍କ ବୈଠକରେ ଯୋଗଦେବନାହିଁ ବୋଲି କୁହାଯାଉଛି।

ତଥାପି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ବାମଦଳର ନେତାମାନେ ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ବୈଠକରେ ସୋନିଆଙ୍କ ସହ ଆଲୋଚନା କରିବେ।

ସୋନିଆଙ୍କ ନେତୃତ୍ୱରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ୧୮ଟି ବିରୋଧୀଦଳର ନେତାଙ୍କୁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠା ଯାଇଥିଲା। ବୈଠକରେ କରୋନାକୁ କେନ୍ଦ୍ର ସରକାର କେମିତି ମୁକାବିଲା କରୁଛନ୍ତି ଓ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସୂତ୍ର ଅନୁସାରେ ଆଜିର ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସମେତ ୟୁପିଏ ସହ ଥିବା ସମସ୍ତ ଦଳ ଯୋଗଦେବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୩୫ ବର୍ଷ କାଳ ବିଜେପି ସହ ରହିଥିବା ଶିବସେନା ପ୍ରଥମଥର ପାଇଁ ବିରୋଧୀଙ୍କ ମହାମେଣ୍ଟ ଦ୍ୱାରା ଅନୁଷ୍ଠିତ ବୈଠକରେ ଯୋଗଦେବ।

କରୋନା ଲଢ଼େଇ ଭିତରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର କ୍ଷମତାକୁ ସଙ୍କୁତ କରିଦେଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ତା’ ଉପରେ ବୈଠକରେ ଆଲୋଚନା ହେବ। ସେହିପରି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ସମାଧାନରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସୋନିଆ ବୈଠକ ଜରିଆରେ ବିରୋଧୀ ଦଳଗୁଡ଼ିକୁ ମନ୍ତ୍ରଣା ଦେବେ।



from Odisha Reporter https://ift.tt/3e63NWY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages