ଆଜିଠୁ କାଉଣ୍ଟରରେ ଟ୍ରେନ ଟିକେଟ, ଓଡ଼ିଶାର କେଉଁ ଷ୍ଟେସନରେ ମିଳିବ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଆଜିଠୁ କାଉଣ୍ଟରରେ ଟ୍ରେନ ଟିକେଟ, ଓଡ଼ିଶାର କେଉଁ ଷ୍ଟେସନରେ ମିଳିବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିଠାରୁ ଦେଶର କିଛି ନିର୍ଦ୍ଦିଷ୍ଟ କାଉଣ୍ଟରରେ ରିଜର୍ଭେସନ ଟ୍ରେନ ଟିକେଟ ମିଳିବ। କେବଳ ରେଳବାଇର ନିର୍ଦ୍ଦେଶ ପାଇଥିବା ଷ୍ଟେସନ ଗୁଡ଼ିକରେ ହିଁ ଟିକେଟ ଉପଲବ୍ଧ ହେବ। ଲୋକମାନେ ଟିକେଟ କିଣିବା ପାଇଁ ଆସିବାକୁ ଥିଲେ ହେଁ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି।

ସେହିପରି ଆଜିଠାରୁ କମନ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ ମିଳିବ। ଏନେଇ ରେଳବାଇର ବିଭିନ୍ନ ଜୋନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହିକ୍ରମରେ ଇଷ୍ଟକୋଷ୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ଖୋର୍ଦ୍ଧା ରୋଡ ଡିଭିଜନର ୧୨ଟି ଷ୍ଟେସନରେ ଟିକେଟ କାଉଣ୍ଟର ଖୋଲିବ। କଟକ, ଭୁବନେଶ୍ୱର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମପେଟା, ଇଚ୍ଛାପୁରମ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡରେ ଲୋକମାନେ ରିଜର୍ଭ ଟିକେଟ କାଉଣ୍ଟରରୁ ପାଇପାରିବେ।

କିନ୍ତୁ କେବଳ ନନ୍-କ୍ୟାଶ୍ ପିଆରଏସ ଟିକେଟ୍ କାଉଣ୍ଟରରେ ମିଳିବ। ଦିଲ୍ଲୀରୁ ୧୫ଟି ସ୍ଥାନକୁ ଚାଲୁଥିବା ଟ୍ରେନ ଓ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଥିବା ୨୦୦ ଟ୍ରେନ ପାଇଁ ଲୋକମାନେ ଟିକେଟ ବୁକିଂ କରିପାରିବେ।

ସେପଟେ ଆସନ୍ତା ଜୁନ୍ ପହିଲାରୁ ଅତିରିକ୍ତ ୨ଶହ ଯାତ୍ରୀବାହୀ ଟ୍ରେନ୍ ଚାଲିବାକୁ ଥିବା ବେଳେ ଗୁରୁବାର ଠାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହୋଇଛି। ଟିକେଟ କନଫର୍ମ ଥିବା ଯାତ୍ରୀମାନେ ହିଁ କେବଳ ଷ୍ଟେସନ୍‌ରେ ପ୍ରବେଶ କରିପାରିବେ। ଆଗୁଆ ରିଜର୍ଭେସନ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ।

କରୋନା ଲକଡାଉନ ପାଇଁ ମାର୍ଚ୍ଚ ୨୫ରୁ ହିଁ ଦେଶର ସମସ୍ତ ଟ୍ରେନ ଟିକେଟ ବୁକିଂ କାଉଣ୍ଟର ସହ କମନ ସର୍ଭିସ ସେଣ୍ଟର ଗୁଡ଼ିକ ବନ୍ଦ ରହିଥିଲା। ଏବେ ସ୍ଥିତି ସ୍ୱାଭାବିକ କରିବା ପାଇଁ ରେଳ ମନ୍ତ୍ରଣାଳୟ ଧୀରେଧୀରେ ଟିକେଟ କାଉଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛି।



from Odisha Reporter https://ift.tt/2TpsRQQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages