ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ‘ଅମ୍ଫାନ’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଦେଖିବେ। ଏଥିସହ ରାଜ୍ୟ ସରକାରଙ୍କ ସହ ରିଲିଫ୍‌ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି।

ବାତ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିବେ। ଏହା ପୂର୍ବରୁ ଗତ ରାତିରେ ଭୁବନେଶ୍ୱର ଏୟାରପୋର୍ଟରେ ଏସ୍‌ପିଜି ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଇଛି। ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ ମହାନ୍ତି, ଏଡିଜି (ହେଡକ୍ୱାର୍ଟର୍ସ) ସୌମେଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ପ୍ରମୁଖ ଗତକାଲି ଭୁବନେଶ୍ୱର ବିମାନବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ମଧ୍ୟ ଯିବେ ଓ ଆକାଶମାର୍ଗରୁ ସେଠାକାର ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ। ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏ ନେଇ ଟ୍ୱିଟ୍ କରାଯାଇଥିଲା।

ଅନ୍ୟପକ୍ଷରେ ଗତକାଲି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆକାଶମାର୍ଗରୁ ବାତ୍ୟା ‘ଅମ୍ଫାନ’ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜି ସୁଦ୍ଧା ରାସ୍ତା ସଫା କରିବା ଏବଂ ଯୋଗାଯୋଗ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସରବରାହର ପୁନରୁଦ୍ଧାର ପାଇଁ ସେସୁକୁ ୨୪ ଘଣ୍ଟା ଓ ନେସ୍କୋକୁ ୭୨ ଘଣ୍ଟା ପାଇଁ ସମୟ ଦେଇଛନ୍ତି। ସେହିପରି ଆସନ୍ତା ୨ ଦିନ ଭିତରେ କୃଷି କ୍ଷୟକ୍ଷତିର ଆକଳନ କରିବା ସହ ସପ୍ତାହେ ମଧ୍ୟରେ ଘର ଭଙ୍ଗା କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବାତ୍ୟା ‘ଅମ୍ଫାନ’ରେ ପଶ୍ଚିମବଙ୍ଗରେ ହୋଇଥିବା ଧନଜୀବନ କ୍ଷୟକ୍ଷତି ନେଇ ନବୀନ ଶୋକ ପ୍ରକାଶ କରିଛନ୍ତି। ଏଭଳି ସଙ୍କଟ ସ୍ଥିତିରେ ପଶ୍ଚିମବଙ୍ଗ ସହିତ ଓଡ଼ିଶା ରହିଛି ବୋଲି ସେ କହିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସେଠାକାର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2ziB1DG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages