ଆତଙ୍କବାଦୀ ଆକ୍ରମଣ ନେଇ ମୁଫତି ଓ ଓମାର ନିରବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଆତଙ୍କବାଦୀ ଆକ୍ରମଣ ନେଇ ମୁଫତି ଓ ଓମାର ନିରବ

ଶ୍ରୀନଗର:  ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ତିନି କଶ୍ମୀରୀ ନେତାଙ୍କ ଗିରଫଦାରୀ ଅବଧି ତିନି ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ମୁଫତିଙ୍କ ଝିଅ ଇଲତିଆଜଙ୍କ ସମେତ ଅନେକ କଶ୍ମୀର ନେତା ବିରୋଧ କରିଛନ୍ତି। ନିକଟରେ ଗୃହବନ୍ଦୀରୁ ମୁକୁଳିଥିବା ତଥା ମୁଫତିଙ୍କ ବିରୋଧୀ ନେତା ଓମାର ଅବଦୁଲ୍ଲା ମଧ୍ୟ ଏହାକୁ ବିରୋଧ କରିଛନ୍ତି।

ହେଲେ ହନ୍ଦଓ୍ୱାରାରେ ଶହୀଦ ହୋଇଥିବା ୬ ସିଆରପିଏଫ ଯବାନ୍ ଜଣେ ମେଜର ଏବଂ କର୍ଣ୍ଣେଲ ଏବଂ ଜଣେ ଜମ୍ମୁ କଶ୍ମୀରର ପୁଲିସଙ୍କ ପାଇଁ ସେମିତି କିଛି କହିନଥିବା ଦେଖିବାକୁ ମିଳିଛି। ଲକଡାଉନ୍ ବେଳେ କଶ୍ମୀରର ଦୁଇ ପ୍ରମୁଖ ନେତା ବିଭିନ୍ନ ପ୍ରସଙ୍ଗରେ ଉଭୟ ମୁଫତି ଏବଂ ଅବଦୁଲ୍ଲା ଟୁଇଟରରେ ଆକ୍ଟିଭ ରହୁଛନ୍ତି। ମୁଫତି ଶହୀଦଙ୍କ ବାବଦରେ ନିରବ ରହିଛନ୍ତି, ଓମାର ଆତଙ୍କୀ ଆକ୍ରମଣ ପାଇଁ କେବଳ ଦୁଃଖିତ ବୋଲି ଟୁଇଟ୍ କରି ଚୁପ୍ ରହିଛନ୍ତି। ହେଲେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା ମଧ୍ୟ କରି ନାହାନ୍ତି କି ଶହୀଦଙ୍କ ଉଦ୍ଦେଶ୍ୟରେ କିଛି କହି ନାହାନ୍ତି।

ମେହବୁବାଙ୍କ ଟ୍ୱିଟର ଆକାଉଣ୍ଟ ବର୍ତ୍ତମାନ ତାଙ୍କ ଝିଅ ଇଲତିଆଜଙ୍କ ଦ୍ୱାରା ପରିଚାଳିତ ହେଉଛି। ୟୁଏଇର ଭାରତରେ ମୁସଲମାନମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ମେହବୁବାଙ୍କ ଆକାଉଣ୍ଟରୁ ଟୁଇଟ୍ ହୋଇଛି। ଲକଡାଉନ୍ ମଧ୍ୟରେ କାଶ୍ମୀରରେ ଇଣ୍ଟରନେଟକୁ ନେଇ ଦେଖାଦେଇଥିବା ସମସ୍ୟା, ଲଦାଖ ବିଜେପି ସଭାପତିଙ୍କ ଇସ୍ତଫା ଖବର ଆଦି ଟୁଇଟ୍ ହୋଇଛି। ହେଲେ ହନ୍ଦଓ୍ୱାରାରେ ଶହୀଦ ଯବାନଙ୍କୁ ନେଇ କୌଣସି ଟୁଇଟ୍ କରି ନାହାନ୍ତି ମୁଫତି।

ମେ’ ୩ ତାରିଖରୁ ଓମାର ଓବଦୁଲା ଲକଡାଉନ୍, ଲକଡାଉନରେ ମଦ ବିକ୍ରି, ପିଏମ୍ କେୟାର ଫଣ୍ଡ ଉପରେ ପ୍ରଶ୍ନ ଉଠାଇ ଅନେକ ଟୁଇଟ୍ କରିଛନ୍ତି। କିନ୍ତୁ କାଶ୍ମୀରର ଆତଙ୍କବାଦ ସମ୍ପର୍କରେ ଉଭୟ ମୁଫତି ଏବଂ ଅବଦୁଲ୍ଲା କିଛି ଉଲ୍ଲେଖ କରି ନାହାନ୍ତି।

ମେହବୁବାଙ୍କ ପାଇଁ କିନ୍ତୁ ଓମାର ଟୁଇଟ୍ କରି ଲେଖିଛନ୍ତି, ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବା ଗିରଫଦାରୀ ଅବଧି ବୃଦ୍ଧି କରିବା ନିଷ୍ପତ୍ତି ଅତ୍ୟନ୍ତ ନିଷ୍ଠୁର। ମୁଫତି ଏଭଳି କିଛି କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ବନ୍ଦୀ କରି ଏତେଦିନ ରଖାଯିବ। ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବ ବୋଲି ମୋଦି ସରକାର ଦାବି କରୁଛନ୍ତି। ହେଲେ ଗୃହବନ୍ଦୀ ଅବଧି ବଢ଼ାଇବା ନିଷ୍ପତ୍ତି ଜମ୍ମୁ କଶ୍ମୀରକୁ ଦଶ ବର୍ଷ ପଛକୁ ନେଇଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ହନ୍ଦଓ୍ୱାରାରେ ରବିବାର ଓ ସୋମବାର ୪୮ ଘଣ୍ଟାରେ ଆତଙ୍କବାଦୀ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲେ। ଏଥିରେ ମୋଟ୍ ୬ ସିଆରପିଏଫ ଯବାନ୍ ଜଣେ ମେଜର ଏବଂ କର୍ଣ୍ଣେଲ ଏବଂ ଜଣେ ଜମ୍ମୁ କଶ୍ମୀରର ପୁଲିସ ଶହୀଦ ହୋଇଛନ୍ତି।



from Odisha Reporter https://ift.tt/35BYlbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages