ଟ୍ୱିନ୍‌ ସିଟିରେ ଅଯଥା ଯାତାୟାତ ରୋକିବାକୁ ନିଆଗଲା କଠୋର ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଟ୍ୱିନ୍‌ ସିଟିରେ ଅଯଥା ଯାତାୟାତ ରୋକିବାକୁ ନିଆଗଲା କଠୋର ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗତକାଲି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରେ ମଧ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ପୁଣି ଥରେ ଠୋସ୍‌ ପଦକ୍ଷେପ ନେଲା କମିଶନରେଟ୍ ପୋଲିସ। ଟ୍ୱିନ୍‌ ସିଟିରେ ଅଯଥା ଯାତାୟାତ ରୋକିବାକୁ କଠୋର ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଏଥିନିମନ୍ତେ ଭୁବନେଶ୍ୱର-କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଲିସ କମିଶନର । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ବାହାରକୁ ବାହାରିବା ମନା । ଏହି ସମୟରେ କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି ସୂଚନା ଦେଇଛନ୍ତି ସିପି।

ଆସନ୍ତା ୧୭ ତାରିଖ ଲକ୍ ଡାଉନ୍ ଶେଷ ଯାଏଁ ଏହି କଟକଣା ବଳବତ୍ତର ରହିବ । କଟକଣା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। କରୋନା ସଂକ୍ରମଣରୁ ମୁକ୍ତି ପାଇଁ କଟକଣା ମାନିବାକୁ ପରାମର୍ଶ ଦେଇଛି କମିଶନରେଟ ପୁଲିସ୍‌।



from Odisha Reporter https://ift.tt/2YBu62Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages