କୋଟାରୁ ଆସି ବାଟରେ ଓହ୍ଲାଇଲେ ଛାତ୍ରଛାତ୍ରୀ; ପ୍ରଶାସନ କହିଲା ଖବର ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

କୋଟାରୁ ଆସି ବାଟରେ ଓହ୍ଲାଇଲେ ଛାତ୍ରଛାତ୍ରୀ; ପ୍ରଶାସନ କହିଲା ଖବର ନାହିଁ

ରାଉରକେଲା(ପବନ ତିୱାରୀ): ରାଜସ୍ଥାନ କୋଟାରୁ ଆସି ଆଜି ସକାଳେ ରାଉରକେଲା ପହଞ୍ଚିଥିବା ଏକ ବସ୍‌ରୁ କିଛି ଛାତ୍ରଛାତ୍ରୀ ମନଇଚ୍ଛା ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ନିକଟରେ କିଛି ଖବର ନ ଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଉକ୍ତ ଛାତ୍ରଛାତ୍ରୀଙ୍କୁ ଖୋଜିବ ନିମନ୍ତେ ତନାଘନା ଉଦ୍ୟମ ଆରମ୍ଭ ହୋଇଛି।

ସୂଚନା ମୁତାବକ, ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କିଛି ଅଭିଭାବକଙ୍କୁ ନେଇ ରାଜସ୍ଥାନ କୋଟାରୁ ବାହାରିଥିବା ଏକ ବସ୍‌  ଆଜି ସକାଳେ ରାଉରକେଲାରେ ପହଞ୍ଚିଥିଲା।  ଉକ୍ତ ବସ୍‌ରେ ଓଡିଶାର ସମ୍ବଲପୁର, ରାଉରକେଲା, ଅନୁଗୁଳ, କଟକ, ଜଗସିଂହପୁର, କେନ୍ଦ୍ରପଡା, ଓ ନୂଆପଡାର ଛାତ୍ରଛାତ୍ରୀ ଥିବା ଜଣାପଡିଛି l ତେବେ ଏ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଅବଗତ କରାଯାଇଥିଲା ନ ଥିଲା l

ଉକ୍ତ ବସ୍‌ରୁ ସକାଳୁ ସମ୍ବଲପୁରରୁ ୨ ଜଣ ପିଲା ଓହ୍ଲାଇ ଯାଇଥିବା ବେଳେ ରାଉରକେଲା ସହରରେ ୩ ପିଲା ଓହ୍ଲାଇ ପଡ଼ିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଡରିଯାଇ ଏନେଇ ପୁଲିସକୁ ଖବର ଦେଇଥିଲେ l ଏହାପରେ ବସ୍‌ଟିକୁ  ଥାନାକୁ ନିଆଯାଇଥିଲା। ସେଠାରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କୁ  ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନେଇଯାଇଥିବା ଜଣାଯାଇଛି।

ଏନେଇ ରାଉରକେଲା ମହାନିଗମ କମିଶନରଙ୍କୁ ପଚାରିବାରୁ ପିଲାଙ୍କୁ ନେଇ ବସ୍‌ ଆସିଥିବା  ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି। ଖବର ମିଳିବା ପରେ ଓହ୍ଲାଇ ପଡ଼ିଥିବା ପିଲାଙ୍କୁ ଖୋଜିବା ନିମନ୍ତେ ଟିମ୍‌ ଯାଇଥିବା ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/35yMpXM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages