ମରିବୁ ନହେଲେ ବଞ୍ଚିବୁ, ହେଲେ ଆମେ ଅଟକିବୁ ନାହିଁ: ଚାଲିଚାଲି ଯିବା ଜିଦରେ ପ୍ରବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ମରିବୁ ନହେଲେ ବଞ୍ଚିବୁ, ହେଲେ ଆମେ ଅଟକିବୁ ନାହିଁ: ଚାଲିଚାଲି ଯିବା ଜିଦରେ ପ୍ରବାସୀ

ନୂଆଦିଲ୍ଲୀ: ଆମେ ବଞ୍ଚିବୁ କି ମରିବୁ, ସେକଥା ଭଗବାନଙ୍କ ଉପରେ ନିର୍ଭର କରେ। ଯାହା ହେଲେ ବି ଆମେ ପାଦରେ ଚାଲିଚାଲି ଆମ ଘର ମଧ୍ୟପ୍ରଦେଶକୁ ଯିବୁ। ଏଭଳି କଥା କହି ନୂଆଦିଲ୍ଲୀରୁ ଦୀର୍ଘ ୭୦୦ କିମି ପଦଯାତ୍ରା ଆରମ୍ଭ କରିଛନ୍ତି ପ୍ରବାସୀ ଘନଶ୍ୟାମ।

ଘନଶ୍ୟାମଙ୍କ ଘର ମଧ୍ୟପ୍ରଦେଶର ଦାମୋହ। ସେ ଦିଲ୍ଲୀରେ ରହିଥିଲେ। ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଘନଶ୍ୟାମ ଓ ତାଙ୍କ ସହଯୋଗୀମାନଙ୍କ ସମସ୍ତ ଟଙ୍କା ଶେଷ ହୋଇଯାଇଛି। ଫଳରେ ସେମାନେ ସରକାର ଆରମ୍ଭ କରିଥିବା ସ୍ପେଶାଲ ଟ୍ରେନରେ ବି ଯିବାକୁ ଅକ୍ଷମ।

ଏଥିପାଇଁ ଘନଶ୍ୟାମ ଓ ତାଙ୍କର ୫୦ ସହଯୋଗୀ ଦିଲ୍ଲୀରୁ ମଧ୍ୟପ୍ରଦେଶକୁ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଠାରୁ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ୪୦ ବର୍ଷୀୟ ଘନଶ୍ୟାମ କହିଛନ୍ତି, “ସରକାର ଏସି ଟ୍ରେନ ଆରମ୍ଭ କରିଛନ୍ତି। ହେଲେ ଟିକେଟ ବୁକିଂ ପାଇଁ ଆମ ପାଖରେ ସ୍ମାର୍ଟଫୋନ ନାହିଁ।

ସେହିପରି ଆମେ ଇଣ୍ଟରନେଟର ବ୍ୟବହାର ଶିଖିନାହୁଁ। ଏପରି ସ୍ଥିତିରେ ଆମେ ଟିକେକ ବୁକ୍‌ କରିପାରିବୁ ବୋଲି ସରକାର କେମିତି ଭାବିଲେ? ସେହିପରି ଏସି ଟ୍ରେନ ପାଇଁ ଭଡ଼ା ଦେବାକୁ ଆମ ପାଖରେ ଟଙ୍କା ବି ନାହିଁ। ଆମ ପାଖରେ ଆଉ କୌଣସି ବିକଳ୍ପ ନଥିବାରୁ ଆମେ ବାଧ୍ୟ ହୋଇ ପାଦରେ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଛୁ।”

ଦାମୋହ ହେଉଛି ନୂଆଦିଲ୍ଲୀରୁ ୭୫୦ କିମି। ଚାଲିଚାଲି ଏତେ ବାଟ ଯାଉଥିବା ୫୦ ଜଣିଆ ଗ୍ରୁପରେ ୭ରୁ ୯ ଜଣ ଛୋଟ ଶିଶୁ ରହିଛନ୍ତି। ଏମାନେ ଚାଲିଚାଲି ନୂଆଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ ୱେରେ ପହଞ୍ଚି ଯାଇଛନ୍ତି। କେବଳ ଘନଶ୍ୟମ ନୁହନ୍ତି ଏହି ଗ୍ରୁପରେ ଥିବା ରାକେଶ ଓ ଅନ୍ୟମାନେ ବି ସମାନ କଥା କହିଛନ୍ତି।

କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ପ୍ରବାସୀମାନେ ଯେମିତି ସଡ଼କ କିମ୍ବା ରେଳ ପଥରେ ଚାଲିଚାଲି ଯିବେ ନାହିଁ, ସେକଥା ନିଶ୍ଚିତ କରିବାକୁ କହିଛନ୍ତି। ଏଥିପାଇଁ ସ୍ପେଶାଲ ଶ୍ରମିକ ଟ୍ରେନ ଓ ଆଜିଠାରୁ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ଏସି ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛନ୍ତି। ତଥାପି ଶହଶହ ପ୍ରବାସୀ ଚାଲିଚାଲି ନିଜ ରାଜ୍ୟକୁ ଫେରୁଛନ୍ତି।



from Odisha Reporter https://ift.tt/3csqjZJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages