ଆସନ୍ତାକାଲି ଭାରତରେ ଲଞ୍ଚ୍ ହେବ Vivo V19 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ଆସନ୍ତାକାଲି ଭାରତରେ ଲଞ୍ଚ୍ ହେବ Vivo V19

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଆସନ୍ତାକାଲି ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ Vivo V19 ଲଞ୍ଚ୍ କରୁଛି। ଏହି ସ୍ମାର୍ଟଫୋନ୍ ପ୍ରଥମେ ମାର୍ଚ୍ଚ ୨୬ରେ ଲଞ୍ଚ୍ ହେବାର ଥିଲା, କିନ୍ତୁ କରୋନା ଭାଇରସ୍ ସଂକ୍ରମଣ ଭୟରେ ଲକଡାଉନ୍ କରାଯିବା ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ବର୍ତ୍ତମାନ କମ୍ପାନୀ ଏହାକୁ ଲଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି।

Vivo V19 ର ଫିଚର:-

ଏହି ସ୍ମାର୍ଟଫୋନରେ 6.44 ଇଞ୍ଚ୍ ଫୁଲ୍ HD ପ୍ଲସ୍ ଡିସପ୍ଲେ ରହିଛି। ଏହା କ୍ୱାଲକମ୍ ସ୍ନାପଡ୍ରାଗନ୍ 712 ପ୍ରୋସେସରରେ ଚାଲିବ। ଭିଭୋ V19 ରେ ଆଣ୍ଡ୍ରଏଡ୍ 10 ବେସ୍ଡ ଫନ୍ ଟଚ୍ OS 10 ରହିଛି। ସୁରକ୍ଷା ପାଇଁ ଏହି ସ୍ମାର୍ଟଫୋନରେ ଏକ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଦିଆଯାଇଛି। ଏଥିରେ 8 ଜିବି ରାମ୍ ଓ 256ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି।

ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ ଚାରୋଟି ରିୟର୍ କ୍ୟାମେରା ଅଛି। ଯେଉଁଥିରେ 48 ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, 8 ମେଗାପିକ୍ସେଲର ଅଲଟ୍ରା ୱାଇଡ କ୍ୟାମେରା, 2 ମେଗାପିକ୍ସେଲର ଡେପ୍ଥ କ୍ୟାମେରା ଏବଂ 2 ମେଗାପିକ୍ସେଲ ମାକ୍ରୋ ଲେନ୍ସ ରହିଛି। ସେଲ୍ଫି ପାଇଁ ଏଥିରେ 32MP ଓ 8MPର ଡୁଆଲ୍ ଫିରଣ୍ଟ କ୍ୟାମେରା ସେଟଅପ୍ ରହିଛି। ଏଥି ସହିତ ଏହି ସ୍ମାର୍ଟଫୋନରେ 5000mAh ର ବ୍ୟାଟ୍ରୀ ଦିଆଯାଇଛି।



from Odisha Reporter https://ift.tt/3fMRzo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages