ବାରିପଦା ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ବାରିପଦା ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା(ମାଣିକ ଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଶିଶୁ ମୃତ୍ୟୁକୁ ନେଇ ଗତକାଲିଠାରୁ ଉତ୍ତେଜନା ଲାଗି ରହିଛି। ଶିଶୁକୁ ବଦଳ କରାଯାଇଥିବା ମୃତ ଶିଶୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ମାସ ୨୬ ତାରିଖରେ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗାଁର ରାଇବରିଣୀ ସିଂହ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ମେ’ ୫ ତାରିଖରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଯାଇଥିଲେ। ହେଲେ ଶିଶୁକୁ ଟିକା ଦିଆଯିବ କହି ଗତକାଲି ମେଡିକାଲକୁ ଡକାଯାଇଥିଲା। ଏହାପରେ ରାଇବରିଣୀ ଓ ତାଙ୍କର ଜଣେ ସମ୍ପର୍କୀୟ ଶିଶୁକୁ ଧରି ମେଡିକାଲ ଯାଇଥିଲେ। ତେବେ ଟିକା ଦିଆଯିବା ପରେ ଶିଶୁର ମୃତ୍ୟୁ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ମୃତ ଶିଶୁର ପରିବାର ଲୋକେ ହୋହାଲ୍ଲା କରିଥିଲେ।  ମେଡିକାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ମୁତୟନ କରାଯାଇଛି।

ଏନେଇ ମୃତ ଶିଶୁର ସମ୍ପର୍କୀୟ ଶିବ ପ୍ରସାଦ ସିଂ କହିଛନ୍ତି, “ ଛୁଆକୁ ଟିକା ଦିଆଯିବ କହି ୧୦ ତାରିଖ ଦିନ ମେଡିକାଲରୁ ଫୋନ୍‌ ଆସିଥିଲା। ଗତକାଲି ଛୁଆକୁ ଟିକା ଦେବାକୁ ଅଣାଯାଇଥିଲା। ନର୍ସ ଛୁଆକୁ ଧରିକି ଗଲେ। ୧୫ ମିନିଟ୍‌ ପରେ ଆସି କହିଲେ ତମ ଛୁଆ ମରିଗଲା। ଯଦି ମରିଗଲା ଛୁଆକୁ ଦେଖାଇବା କଥା। ହେଲେ ଦେଖାଉ ନାହାନ୍ତି। ପୁଣି ଆଉ ଥରେ ଆସି କହୁଛନ୍ତି ଛୁଆ ଗୁରୁତର ଅଛି। ମେଡିକାଲ କର୍ତ୍ତୃପକ୍ଷ ଦୁଇ ପ୍ରକାର କଥା କହୁଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଛୁଆକୁ ବିକ୍ରି କରି ଦେଇଛନ୍ତି।”

ଅନ୍ୟପକ୍ଷରେ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଅଧୀକ୍ଷକ କହିଛନ୍ତି, ଏକ ଡାକ୍ତରୀ ଟିମ୍‌ ଏହି ଘଟଣାର ତଦନ୍ତ କରିବ। ଏଥିସହ ମୃତ ଶିଶୁର ଡିଏନ୍‌ଏ ଟେଷ୍ଟ କରାଯିବ।



from Odisha Reporter https://ift.tt/3dFzbv4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages