ପ୍ରବାସୀଙ୍କୁ ନେଇ ଫେରୁଥିଲା ଗାଡ଼ି, ଗଛରେ ପିଟି ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ପ୍ରବାସୀଙ୍କୁ ନେଇ ଫେରୁଥିଲା ଗାଡ଼ି, ଗଛରେ ପିଟି ହେଲା

ଅନୁଗୋଳ(ବିରଜା ଦାସ): ପ୍ରବାସୀ ଓଡିଆଙ୍କୁ ନେଇ ବୌଦ୍ଧରୁ ଆସୁଥିବା ଏକ ଗାଡି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଷୋଳପଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ଗାଡ଼ିଟି ଏକ ଗଛରେ ପିଟି ହୋଇଯିବାରୁ ଡ୍ରାଇଭର ସମେତ ୧୫ଜଣ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ୧୧ ଜଣ ମେଡିକାଲରୁ ଡିସଚାର୍ଜ ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ପ୍ରାୟ ୧୪ଜଣ ଓଡ଼ିଆ ପଲାସାରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ  କୌଣସି ମତେ ସେଠାରୁ ଆସି ବୌଦ୍ଧରେ ପହଞ୍ଚିଥିଲେ। ସେଠାରୁ ଏକ ଗାଡ଼ି ଭଡ଼ା କରି ନିଜ ଘର ଶ୍ରମିକ କେନ୍ଦୁଝର ଜିଲ୍ଲା ପୁରୁଣାକୋଟ ଅଞ୍ଚଳକୁ ଫେରୁଥିଲେ।

ମାତ୍ର ଗତକାଲି ବିଳମ୍ବିତ ରାତିରେ ଗାଡ଼ିଟି ଷୋଳପଦା ନିକଟରେ ଦୁର୍ଘଟଣା ହୋଇଥିଲା ।  ସ୍ଥାନୀୟ ଲୋକେ ଆହତମାନଙ୍କୁ  ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ୧୧ ଶ୍ରମିକଙ୍କୁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିନି ବସ୍‌ ଯୋଗେ କେନ୍ଦୁଝର ପଠାଇ ଦିଆଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।



from Odisha Reporter https://ift.tt/2Z0OxWZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages