ଜଙ୍ଗଲରେ ଗଦା ହୋଇଥିଲା, ଜବତ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ଜଙ୍ଗଲରେ ଗଦା ହୋଇଥିଲା, ଜବତ କଲା ପୁଲିସ୍‌

ରାୟଗଡ଼ା(ମନୋଜ ପାତ୍ର): ଲକ୍‌ଡାଉନ୍‌ର ସୁଯୋଗ ନେଇ ରାୟଗଡ଼ା ଜିଲ୍ଲାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଉଠିଛନ୍ତି। ପୁଲିସକୁ ଚକ୍‌ମା ଦେଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଗଞ୍ଜେଇ। ରାୟଗଡ଼ା ଜିଲ୍ଲାର ନକ୍ସଲ ପ୍ରଭାବିତ ଚନ୍ଦ୍ରପୁର, ପଦ୍ମପୁର, ଗୁଡାରୀ ଅଞ୍ଚଳରୁ କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ ଚାଲଣ ହେଉଛି। ପୁଲିସ ଆଖିରେ ଧୁଳି ଦେବାକୁ ଯାଇ  କେତେବେଳେ ପଣସ ବୋଝେଇ ଟ୍ରକରେ ଚାଲାଣ ହେଉଛି ଗଞ୍ଜେଇ  ତ’ଆଉ କେତେବେଳେ ଜଙ୍ଗଲ ଭିତରେ ଗଦା ହୋଇ ରହୁଛି ପ୍ୟାକେଟ୍‌ ପ୍ୟାକେଟ୍‌ ଗଞ୍ଜେଇ।

ତେବେ ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଗୁଡାରୀ ଥାନା ପୁଲିସ୍‌‍ ଖାରିଗୁଡା ଜଙ୍ଗଲରେ ଚଢଉ କରି ୧୩ଟି ବସ୍ତାରେ ଥିବା ୧୧୭୦ କିଲୋ ଚୋରା ଗଞ୍ଜେଇ ଜବତ କରିଛି। ଏହାସହ ଘଟଣାସ୍ଥଳରୁ ୯ଟି ବାଇକ୍‌, ଗୋଟିଏ ଡିଜିଟାଲ ଓଜନ ମେସିନ‌, ୭ଟି ଏଟିଏମ୍‌ କାର୍ଡ ଜବତ କରିଛି। ଏହି ଘଟଣାରେ ପୁଲିସ ସରିଗିଡୁ ଗାଁର ସମୀର ମାଝିକୁ ଗିରଫ କରିଛି। ଏଥିସହ ଫେରାର ଥିବା ଆଉ ୧୩ ଜଣ ଅଭିଯୁକ୍ତଙ୍କୁ  ଖୋଜା ଚାଲିଥିବା ରାୟଗଡା ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତ ୨୬ ତାରିଖରେ ଚନ୍ଦ୍ରପୁର ଥାନା ପୁଲିସ୍‌  ୨୪୫ କିଲୋ ଗଞ୍ଜେଇ ସହ ଏକ ମିନିଟକ୍ର ଜବତ କରିଥିଲା।  ଏହି ଘଟଣାରେ ସଂପୃକ୍ତ ଥିବା ଦିଲ୍ଲୀର ଅନୀଲ କୁମାର ପଣ୍ଡିତ , ବିହାରର ସତେନ୍ଦ୍ର କୁମାର ଓ ରାଜ ମେହେତ୍ୱାଙ୍କୁ ପୁଲିସ୍ ଗିରଫ କରିଥିଲା।



from Odisha Reporter https://ift.tt/2BcBmsb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages