ଏଣିକି କର୍ଣ୍ଣାଟକା ଚାଷୀଙ୍କ ଠାରୁ ସିଧାସଳଖ ଜମି କିଣିପାରିବେ ଶିଳ୍ପସଂସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଏଣିକି କର୍ଣ୍ଣାଟକା ଚାଷୀଙ୍କ ଠାରୁ ସିଧାସଳଖ ଜମି କିଣିପାରିବେ ଶିଳ୍ପସଂସ୍ଥା

ବେଙ୍ଗାଲୁରୁ: ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଜମି କିଣାବିକା ନିୟମକୁ ଅଧିକ ସହଜ କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି ଶିଳ୍ପ ସଂସ୍ଥାଗୁଡ଼ିକ ନିଜର ଅଭିବୃଦ୍ଧି ପାଇଁ ସିଧାସଳଖ ଚାଷୀମାନଙ୍କ ଠାରୁ ଜମି କିଣିପାରିବେ। ଏନେଇ କର୍ଣ୍ଣାଟକା ସରକାର ଜମି ସଂସ୍କାର ଆଇନ ୧୯୬୧ରେ ସଂଶୋଧନ କରିଛନ୍ତି।

ପୂର୍ବ ଆଇନ ବଳରେ ଶିଳ୍ପ ସଂସ୍ଥାଗୁଡ଼ିକ କେବଳ ସରକାରୀ ଏଜେନ୍ସି ଦ୍ୱାରା ହିଁ ଚାଷୀଙ୍କ ଠାରୁ ଜମି କିଣି ପାରୁଥିଲେ। ହେଲେ ଏବେ ଆଉ ଏହି କଟକଣା ରହିବ ନାହିଁ। ତଥାପି ଶିଳ୍ପ ସଂସ୍ଥା ଗୁଡ଼ିକ ଜମି କିଣିବା ପୂର୍ବରୁ ରାଜସ୍ୱ ବିଭାଗର ଅନୁମତି ନେବେ।

ଯଦି ଡେପୁଟି କମିଶନର କୌଣସି ରେଡ ସିଗ୍ନାଲ ନ ଦେଖାନ୍ତି ଓ ୩୦ ଦିନ ମଧ୍ୟରେ ଅନୁମତିକୁ ମଞ୍ଜୁର ଦିଅନ୍ତି, ତା’ହେଲେ ଶିଳ୍ପ ସଂସ୍ଥାଗୁଡ଼ିକ ସିଧାସଳଖ ଜମି କିଣିପାରିବେ।

କର୍ଣ୍ଣାଟକା ସରକାର ପ୍ରସ୍ତୁତ କରିଥିବା ଜମି ସଂସ୍କାର ସଂଶୋଧିତ ଆଇନ ୨୦୨୦କୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।



from Odisha Reporter https://ift.tt/2YTbiMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages