‘ବହଳିଆ ଡାଲି ଓ ଚିକେନ୍‌ ଦେଉଛନ୍ତି, ମାସେ କହିଲେ ବି ରହିଯିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

‘ବହଳିଆ ଡାଲି ଓ ଚିକେନ୍‌ ଦେଉଛନ୍ତି, ମାସେ କହିଲେ ବି ରହିଯିବୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଲାଗି ରାଜ୍ୟର ସବୁ ସ୍ଥାନରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ହୋଇଥିବା ବେଳେ କିଛି କିଛି ଜାଗାରେ ବିଭିନ୍ନ ଅସୁବିଧା ରହିଥିବା ଖବର ଆସୁଛି। ଏମିତିକି ଅବ୍ୟବସ୍ଥା ଅଭିଯୋଗ କରି କିଛି ଦିନ ତଳେ ଗଞ୍ଜାମର ଜିଲ୍ଲାର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରୁ କିଛି ପ୍ରବାସୀ ଓଡ଼ଆ ଚାଲି ଯାଇଥିଲେ। ତେବେ ସେହି ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଭଲ ଖବର।

ସାମ୍ନାକୁ ଆସିଥିବା ଏକ ଭିଡିଓରେ ଏଠାରେ ଥିବା ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରର ଜଣେ ଅନ୍ତେବାସୀ କହିଛନ୍ତି ଯେ ସରକାର କହୁଛନ୍ତି ୨୧ ଦିନ ରଖ। ୨୧ ଦିନ କ’ଣ ୩୦ ଦିନ କହିଲେ ବି ଆମେ ରହିଯିବୁ। ତେବେ ସେ ଏହିଭଳି କହିବା ପଛର କାରଣ ହେଉଛି, ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମିଳୁଥିବା ଖାଦ୍ୟ। ଏହି ସେଣ୍ଟରରେ ଲୋକଙ୍କୁ ଭଲ ଭାବେ ଖାଇବାକୁ ଦିଆଯାଉଛି। ସାମ୍ନାକୁ ଆସିଥିବା ଭିଡିଓରେ ଉକ୍ତ ବ୍ୟକ୍ତି ଜଣଙ୍କ ଭାତ ସହିତ ବହଳିଆ ଓ ଚିକେନ ତରକାରି ଖାଉଛନ୍ତି।

ଏହି କ୍ୱାରେଣ୍ଟାଇନ୍ ସେଣ୍ଟରଟି ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ୍‌ରେ ଅଛି। ଏଠାରେ ୬୦ ଜଣ ଲୋକ କ୍ୱାରେଣ୍ଟାଇନ୍‌ରେ ରହୁଛନ୍ତି। ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଅନ୍ତେବାସୀଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ୱିଟ୍‌ କରିଛି। ଏଥିରେ ଲେଖାଯାଇଛି ଯେ ଦେଖନ୍ତୁ ବାହାର ରାଜ୍ୟରୁ ଫେରିଥିବା ଲୋକେ କେମିତି ଖୁସି ଅଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ସର୍ବୋତ୍ତମ ବ୍ୟବସ୍ଥା କରିବା ପାଇଁ ସଂକଳ୍ପବଦ୍ଧ।



from Odisha Reporter https://ift.tt/3dDD83H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages