ବଦଳିଲା ହୋମ ଆଇସୋଲେସନ ଗାଇଡଲାଇନ, ଏହି ସବୁ ନିୟମକୁ ମାନିବାକୁ ବାଧ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ବଦଳିଲା ହୋମ ଆଇସୋଲେସନ ଗାଇଡଲାଇନ, ଏହି ସବୁ ନିୟମକୁ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ: ବିଶ୍ୱ ସମେତ ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆମ ଦେଶରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ରୋଗୀଙ୍କ ଶରୀରରେ କୌଣସି ଫ୍ଲୁ ଜନିତ ଲକ୍ଷଣ ଦେଖାଯାଉନାହିଁ। ସେହିପରି କିଛି ରୋଗୀଙ୍କ ଶରୀରରେ ବହୁତ କମ ଲକ୍ଷଣ ଦେଖାଯାଉଛି।

ତେଣୁ ଏହିପରି ଲୋକଙ୍କୁ କେନ୍ଦ୍ର ସରକାର ହୋମ ଆଇସୋଲେସନ ବା ପୃଥକବାସରେ ରହିବାକୁ ଅନୁମତି ଦେଇଛନ୍ତି। ଏଥିପାଇଁ ସଂଶୋଧିତ ହୋମ ଆଇସୋଲେସନ ଗାଇଡଲାଇନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଛନ୍ତି।

ହୋମ ଆଇସୋଲେସନରେ ରହୁଥିବା ଲୋକମାନେ ଗାଇଡଲାଇନ ପାଳନ କରିବାକୁ ବାଧ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୧-ଜଣେ ବ୍ୟକ୍ତିଙ୍କୁ ୧୭ ଦିନ ଯାଏ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ।

୨-ରୋଗୀଙ୍କୁ ସର୍ବଦା ଟ୍ରିପଲ ଲେୟାର ମାସ୍କ ପିନ୍ଧିବାକୁ ପଡ଼ିବ। ପ୍ରତି ୮ ଘଣ୍ଟାରେ ମାସ୍କ ବଦଳାଇବାକୁ ହେବ।

୩- ମାସ୍କକୁ ୧% ସୋଡିୟମ-ହାଇପ୍ରୋ କ୍ଲୋରାଇଟ ଦ୍ୱାରା ଡିସକାର୍ଡ କରିବାକୁ ପଡ଼ିବ।

୪-ଘର ମଧ୍ୟରେ ରୋଗୀଙ୍କୁ ଗୋଟିଏ ମଧ୍ୟରେ ପରିବାର ସଦସ୍ୟଙ୍କ ଠାରୁ ଅଲଗା ରହିବାକୁ ପଡ଼ିବ। ବିଶେଷ କରି ପରିବାର ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପୀଡ଼ିତଙ୍କ ପାଖକୁ ରୋଗୀ ଆଦୌ ଯିବେନାହିଁ।

୫-ରୋଗୀଙ୍କୁ ଅଧିକ ବିଶ୍ରାମ ସହ ପ୍ରଚୁର ପାଣି ପିଇବାକୁ ପଡ଼ିବ।

୬-ହାତକୁ ୪୦ ସେକେଣ୍ଡ ଧରି ନିୟମିତ ଭାବେ ସାବୁନ ଓ ସାନିଟାଇଜର ଦ୍ୱାରା ଧୋଇବାକୁ ପଡ଼ିବ।

୭-ରୋଗୀ ରହୁଥିବା ରୁମକୁ କେହି ମଧ୍ୟ ପ୍ରବେଶ କରିବା ଠିକ ନୁହେଁ।

୮-ରୋଗୀ ବ୍ୟବହାର କରୁଥିବା ସାମଗ୍ରୀକୁ ଆଉ କେହି ବ୍ୟବହାର କରିପାରିବେ ନାହିଁ।

୯- ଟେବୁଲ, କବାଟର ହ୍ୟାଣ୍ଡେଲ ଓ ଅନ୍ୟ ଜିନିଷକୁ ନିୟମିତ ସଫା କରିବେ।

୧୦- ରୋଗୀଙ୍କ ପାଖକୁ ଯାଉଥିବା ଲୋକମାନେ ମାସ୍କ ପିନ୍ଧିବା ଜରୁରୀ ଓ ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରହିବା ଉଚିତ।

୧୧- ଡାକ୍ତରଙ୍କ ପରାମର୍ଶକ୍ରମେ ରୋଗୀଙ୍କ ସମ୍ପର୍କୀୟ ଓ କେୟାର ଟେକର ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇପାରିବେ।

୧୨- ରୋଗୀ ଓ ତାଙ୍କ ପରିବାର ଲୋକ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରି ପ୍ରତିଦିନ ଅପଡେଟ କରିବେ।

୧୩-ରୋଗୀ ନିଜ ଅସୁସ୍ଥା ସମ୍ପର୍କରେ ନିୟମିତ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ତଥ୍ୟ ପ୍ରଦାନ କରିବେ।

୧୪-କେବଳ ଲକ୍ଷଣ ଥିବା ରୋଗୀଙ୍କୁ ହୋମ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ।

୧୫-ବ୍ୟକ୍ତି ଜଣଙ୍କ ନିଜ ମୁହଁ, ନାକ ଓ ପାଟିକୁ ବାରମ୍ବାର ସ୍ପର୍ଶ କରିବେ ନାହିଁ।



from Odisha Reporter https://ift.tt/2Wizczk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages