କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ ): ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ହଇରାଣ ହେଲେ ପ୍ରବାସୀ ଓଡ଼ିଆ। ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କଟକ ସହରର ଓମ୍ପି ଛକରେ। ଭୋର୍ ପ୍ରାୟ ୫ଟା ବେଳେ ତାମିଲନାଡୁର କାଞ୍ଚିପୁରମ୍ରୁ ୩୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଏଠାରେ ପହଞ୍ଚିଥିଲେ। ଏହି ୩୦ଶ୍ରମିକଙ୍କ ମଧ୍ୟରୁ ୧୫ ଜଣ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ଆଉ ୧୫ ଜଣ ଜଗତସିଂହପୁର ଜିଲ୍ଲାର ଥିଲେ। ସେମାନେ ନିଜ ଖର୍ଚ୍ଚରେ (ଜଣ ପିଛା ୫,୪୦୦ଟଙ୍କା ଦେଇଥିଲେ) ଆସିଥିଲେ। ହେଲେ ସେମାନଙ୍କ ବସ୍କୁ କାଞ୍ଚିପୁରମ୍ରୁ କଟକ ଯାଏ ଆସିବା ପାଇଁ ଅନୁମତି ମିଳିଥିଲା। ତେଣୁ ବସ୍ କଟକର ଓଏମ୍ପି ଛକରେ ପହଞ୍ଚିବା ପରେ ଏହି ଶ୍ରମିକମାନେ ନିଜ ନିଜ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଜ ସୁବିଧାରେ ଆସି ଜିଲ୍ଲାରେ ପହଞ୍ଚିବା ପାଇଁ କହିଥିଲା। ଏହାପରେ କେନ୍ଦ୍ରାପଡ଼ା ଶ୍ରମିକମାନେ ସେମାନଙ୍କ ବସ୍ ଡ୍ରାଇଭରଙ୍କୁ ଆଉ ଅତିରିକ୍ତ ୫୦୦ ଟଙ୍କା ଲେଖାଏ ଦେଇଥିଲେ ଓ କେନ୍ଦ୍ରାପଡ଼ା ଅଭିମୁଖେ ଚାଲି ଯାଇଥିଲେ।
ଅନ୍ୟପକ୍ଷରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଜଗତସିଂହପୁର ଜିଲ୍ଲାର ୧୫ ଶ୍ରମିକ। ସେମାନଙ୍କ କହିବା ଅନୁଯାୟୀ, ତାମିଲନାଡୁ଼ରୁ ବାହାରିବା ପରେ ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏହାସହ କଟକରେ ପହଞ୍ଚିଲା ପରେ ପୁଣି ଥରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ହେଲେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହା ଶୁଣି ସେମାନଙ୍କ ମଧ୍ୟରୁ କେହି କେହି ବ୍ୟସ୍ତ ହୋଇପଡ଼ିଲେ। ଏପରିକି ୨ ଜଣ ଶ୍ରମିକ ଚାଲି ଚାଲି ଜଗତସିଂହପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ବାକି ୧୩ ଜଣ ଶ୍ରମିକ ମଧ୍ୟ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି ଦେଢ଼ କିଲୋମିଟର ଚାଲି ଚାଲି ଯିବାପରେ ସେମାନେ ଅଟୋ ପାଇଥିଲେ। ସେମାନେ ୭ଟି ଅଟୋ ଭଡ଼ା କରି ଜଗତସିଂହପୁର ଅଭିମୁଖେ ଯାଇଥିଲେ।
ଏ ନେଇ ଜଣେ ଶ୍ରମିକ କହିଛନ୍ତି, “ଆମେ ୩୦ ଜଣ ଶ୍ରମିକ ଆସିଥିଲୁ। ଭୋର୍ ୫ଟାରେ କଟକରେ ପହଞ୍ଚିଲୁ। ହେଲେ ଆମ କଥା କେହି ଶୁଣିଲେନି। ଏମିତିକି ସ୍ଥାନୀୟ ଲୋକେ ଆମକୁ ଶୌଚ ହେବାକୁ ମଧ୍ୟ ଦେଲେନି। ଆମେ ଲିଙ୍କ୍ ରୋଡ୍ରେ ଥିବା ଟ୍ରାଫିକ୍ ପୋଷ୍ଟକୁ ଯାଇଥିଲୁ। ସେମାନେ ଆମ କଥା ବୁଝିଲେନି। ବସ୍ ଏହି ଜାଗାରୁ ଶୀଘ୍ର ହଟାଇବା ପାଇଁ କହିଥିଲେ।”
from Odisha Reporter https://ift.tt/2LgtCqO
No comments:
Post a Comment