ନୂଆଦିଲ୍ଲୀ: ହାଇଦ୍ରାବାଦରେ ଅବସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ର ଆରସିଆ ଲ୍ୟାବ କଣ୍ଟାକ୍ଟ ଲେସ ୟୁଭିସି ସାନିଟାଇଜର କ୍ୟାବିନେଟ ପ୍ରସ୍ତୁତ କରିଛି। ଏହାର ନାଁ ଡିଫେନ୍ସ ରିସର୍ଚ୍ଚ ଅଲଟ୍ରାଭାଓଲେଟ ସାନିଟାଇଜର ରଖାଯାଇଛି। ଏହି ସାନିଟାଇଜର କ୍ୟାବିନେଟ ଦ୍ୱାରା ମୋବାଇଲ ଫୋନ, ଆଇପ୍ୟାଡ୍ସ, ଲ୍ୟାପଟପ, ଟଙ୍କା, ଚେକ୍ସ, ଚାଲାଣ, ପାସବୁକ, କାଗଜ ଓ ଖାମ ଭଳି ଜିନିଷକୁ ବେଶ ଆରାମରେ ସାନିଟାଇଜ କରାଯାଇପାରିବ।
ଆରସିଆଇର ବରିଷ୍ଠ ବୈଜ୍ଞାନିକ ଗୋପିନାଥ କହିଛନ୍ତି, ମୁଁ ଓ ମୋର ସହଯୋଗୀ ଗୌରଭ କୁମାର ମାତ୍ର ୧୫ ଦିନ ମଧ୍ୟରେ ଏହି ୟୁଭିସି ସାନିଟାଇଜେସନ ପ୍ରସ୍ତୁତ କରିଛୁ। ଏହାଦ୍ୱାରା ବିଭିନ୍ନ ଭାଇରସକୁ ମାତ ଦିଆଯାଇ ପାରୁଛି। ଏହାର ଦୁଇଟି ୟୁନିଟକୁ ହାଇଦ୍ରାବାଦରେ ଥିବା ଭାଇରୋଲୋଜି ଲ୍ୟାବକୁ ପଠାଯାଇଛି।
ଏହି ଭାଇରୋଲୋଜି ଲ୍ୟାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ଉଦଘାଟନ କରିଥିଲେ। ଏହା ଏକ କଣ୍ଟାକ୍ଟଲେସ କ୍ୟାବିନେଟ। ଏଥିରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ। ଡ୍ର ଭଳି ଏହାକୁ ଖୋଲାଯାଇ ପାରିବ ଓ ବନ୍ଦ କରାଯାଇ ପାରିବ। ଏହା ସ୍ୱଂୟକ୍ରିୟ ଭାବେ ହେବ। ଏହା ମଧ୍ୟକୁ ଯାଉଥିବା ଜନିଷ ସାନିଟାଇଜ ହେବା ପରେ ଆପେଆପେ ମେସିନଟି ସ୍ଲିପ ମୋଡକୁ ଚାଲିଯିବ।
ତେଣୁ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ସାନିଟାଇଜ ପାଇଁ ମେସିନ ପାଖରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଯେକୌଣସି କାଗଜଠାରୁ ଆରମ୍ଭ କରି ଟଙ୍କା, ମୋବାଇ ଓ ଲ୍ୟାପଟପକୁ ଏହି ମେସିନ ଦ୍ୱାରା ସାନିଟାଇଜ କରାଯାଇପାରିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/3dBMHzQ
No comments:
Post a Comment