ମୁମ୍ବାଇରୁ ଫେରୁଥିଲେ, ଛତିଶଗଡ଼ରେ ପିଟି ଦେଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ମୁମ୍ବାଇରୁ ଫେରୁଥିଲେ, ଛତିଶଗଡ଼ରେ ପିଟି ଦେଲା ଟ୍ରକ୍

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲକ୍‌ଡାଉନ୍‌ ଯୋଗୁ ମୁମ୍ବାଇରୁ ଫେରୁଥିବା ବେଳେ ଛତିଶଗଡ଼ରେ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ ଶ୍ରମିକ। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ କୁହୁରା ଗାଁର ବୈଷ୍ଣବ ପୁଟେଲ (୨୫) ଓ ଭୂପିନ୍ଦର ପୁଟେଲ (୩୫)।

ସୂଚନା ଅନୁଯାୟୀ, କୁହୁରା ଗାଁର ଆଉ ତିନି ଜଣ ଶ୍ରମିକଙ୍କ ସହିତ ମିଶି ବୈଷ୍ଣବ ଓ ଭୂପିନ୍ଦର ମୁମ୍ବାଇରୁ ଟ୍ରକ୍ ଯୋଗେ ଆସୁଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ସେମାନେ ଛତିଶଗଡ଼ର ମହାସମୁନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ରାସ୍ତାପାର ହେଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବୈଷ୍ଣବ ଓ ଭୂପିନ୍ଦରଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇଁ ପରିବାର ଲୋକେ ମହାସମୁନ୍ଦ୍ରରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2z3UwzR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages