ନୂଆଦିଲ୍ଲୀ: କରୋନା ଯୋଦ୍ଧାମାନେ ପରିଧାନ କରୁଥିବା ପର୍ସନାଲ ପ୍ରୋଟେକ୍ଟଟିଭ ଇକ୍ୟୁପମେଣ୍ଟ(ପିପିଇ) କିଟ୍ ପାଇଁ ଆଉ ବାହାର ଦେଶଗୁଡ଼ିକ ଉପରେ ଭାରତକୁ ନିର୍ଭର କରିବାକୁ ପଡ଼ିବ ନାହିଁ। କାରଣ ଜୁନ ଶେଷ ସୁଦ୍ଧା ଭାରତରେ ୨ କୋଟି ପିପିଇ କିଟ୍ ମହଜୁଦ ଥିବ। ଏବେ ଭାରତରେ ଦୈନିକ ୩ ଲକ୍ଷ ପିପିଇ କିଟ ଉତ୍ପାଦନ କରାଯାଉଛି। ତଥାପି ଏହା କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ।
ତେଣୁ ଭାରତ ସରକାର ଏହି ସଂଖ୍ୟାକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଜୁନ୍ ଶେଷ ସୁଦ୍ଧା ଭାରତ ସରକାରଙ୍କ ପାଖରେ ୨ କୋଟି ପିପିଇ ପ୍ରସ୍ତୁତ ହୋଇ ରହିଥିବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ୫୦ ଲକ୍ଷ ପିପିଇର ନିର୍ମାଣ ଶେଷ ହୋଇଥିବା ବେଳେ ଚଳିତ ମାସ ଶେଷ ବେଳକୁ ଆଉ ୫୦ ଲକ୍ଷ ପିପିଇର କାମ ଶେଷ ହେବ।
ଟେକ୍ସଟାଇଲ ମନ୍ତ୍ରଣାଳୟ ପାଖରେ ଥିବା ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ବିଭିନ୍ନ ଭାରତୀୟ କମ୍ପାନୀ ୧ କୋଟି ପିପିଇ କିଟ୍ ନିର୍ମାଣ କରିବେ। ଏଗୁଡ଼ିକ ଭାରତ ସରକାରଙ୍କ ପାଖରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶକ୍ରମେ ରାଜ୍ୟଗୁଡ଼ିକୁ ପଠାଯିବ। ପ୍ରାୟ ୪୦୦ଟି କମ୍ପାନୀ ଏହି ପିପିଇ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2WYsfTq
No comments:
Post a Comment