ପୁଲିତଜର ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ରାହୁଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ପୁଲିତଜର ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ରାହୁଲ୍

ନୂଆଦିଲ୍ଲୀ: ପୁଲିତଜର ପୁରସ୍କାରରେ ସମ୍ମାନୀତି ହୋଇଥିବା ତିନି ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାପରେ ସୋଶାଲ ମିଡିଆରେ ଟ୍ରୋଲ ହୋଇଛନ୍ତି ରାହୁଲ ଗାନ୍ଧୀ। ବିଜେପି କହିଛି, କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ନିଜର ପକ୍ଷ ସ୍ପଷ୍ଟ କରିବା ଦରକାର।

ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ତିନି ଫଟୋଗ୍ରାଫର ୟାସିନ୍ ଡର, ମୁଖତାର ଖାନ୍ ଏବଂ ଚନ୍ନୀ ଆନନ୍ଦ ବିଭିନ୍ନ ଫଟୋ ଉଠାଇଥିଲେ। ଏଥିପାଇଁ ତିନି ସାମ୍ୱାଦିକଙ୍କୁ ପୁଲତିଜର ପୁରସ୍କାର ମିଳିଛି। ଏହି ତିନି ଫଟୋଗ୍ରାଫର ଆସୋସିଏଟେଡ ପ୍ରେସ ପାଇଁ କାମ କରୁଛନ୍ତି।

ରାହୁଲ ଗାନ୍ଧୀ ଏହି ତିନି ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟ୍ କରିଥିଲେ। ସେ ଲେଖିଥିଲେ “ଜମ୍ମୁ କଶ୍ମୀର ଜୀବନରେଖାର ଫଟୋ ଉଠାଇ ପୁଲତିଜର ପୁରସ୍କାର ପାଇଥିବା ୟାସିନ୍ ଡର, ମୁଖତାର ଖାନ୍ ଏବଂ ଚନ୍ନୀ ଆନନ୍ଦଙ୍କୁ ମୋର ଶୁଭେଚ୍ଛା। ଆପଣ ମାନଙ୍କ ପାଇଁ ଆମେ ଗର୍ବିତ”।

ରାହୁଲଙ୍କୁ କାଉଣ୍ଟର କରି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ମଧ୍ୟ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, “ଆଜି ତିନି ଫଟୋଗ୍ରାଫରଙ୍କୁ ପୁଲତିଜର ପୁରସ୍କାର ମିଳିଛି। ଏହି ପୁରସ୍କାର ଅନୁଯାୟୀ ଭାରତ କଶ୍ମୀରର ଅଭିନ୍ନଅଙ୍ଗ ନୁହେଁ। ଭାରତ ଜୋରଜବରଦସ୍ତି କଶ୍ମୀରକୁ ଅକ୍ତିଆର କରିଛି। ରାହୁଲ ଗାନ୍ଧୀ ତିନି ତଥାକଥିତ ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ କଶ୍ମୀରକୁ ନେଇ କ’ଣ ଚିନ୍ତା କରୁଛି ଏ ନେଇ ସୋନିଆ ଗାନ୍ଧୀ ମତ ରଖିବା ଦରକାର”।

ସମ୍ୱିତ ପାତ୍ରଙ୍କ ଟୁଇଟ୍ ପରେ ଟୁଇଟରରେ #AntiNationalRahulGandhi ଟ୍ରେଣ୍ଡ କରିଛି।

୧୯୧୭ ମସିହାରେ ପ୍ରଥମେ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଥିଲା। ଗତବର୍ଷ ‘ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଓ୍ୱାଲ ଷ୍ଚ୍ରିଟ୍ ଜର୍ଣ୍ଣାଲ’ର ସାମ୍ୱାଦିକଙ୍କୁ ମିଳିଥିଲା ଏହି ପୁରସ୍କାର ମିଳିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ଲୋକଙ୍କ ବାବଦରେ ବିଭିନ୍ନ କଥା ସାମ୍ନାକୁ ଆଣିଥିବାରୁ ଏହି ପୁରସ୍କାର ପାଇଥିଲେ।



from Odisha Reporter https://ift.tt/2W7m007

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages