ବଣାଇ (ରଣଜିତ ଚୌଧୁରୀ): ନିଜ ଗୁଳିରେ ଗଲା ଯବାନଙ୍କ ପ୍ରାଣ । ସୁନ୍ଦରଗଡ ଜିଲ୍ଲାର କେ ବଳଙ୍ଗରେ ଘଟିଛି ଏପରି ଏକ ଅଘଟଣ। କେ ବଳଙ୍ଗ ଥାନା ଗେଟ୍ରେ ଡ୍ୟୁଟି କରୁଥିବାବେଳେ ଜଣେ CRPF ଯବାନଙ୍କ ମୃତ୍ୟୁ ହୋଇଛି। ମୃତ ଯବାନଙ୍କ ନାଁ ରିଚପାଲ ସିଂ।
ଗତକାଲି ସନ୍ଧ୍ୟାରେ ରିଚପାଲ ଡ୍ୟୁଟି କରୁଥିବା ସମୟରେ ହଠାତ ଗୁଳି ଶବ୍ଦ ଶୁଭି ଥିଲା ଏହା ଶୁଣି ଅନ୍ୟ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ରିଚପାଲ ସିଂ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଯବାନଙ୍କ ବନ୍ଧୁକରୁ କିପରି ଗୁଳି ଫୁଟିଲା ତାହା ଜଣାପଡ଼ିନାହିଁ ।
from Odisha Reporter https://ift.tt/35Bb8uA
No comments:
Post a Comment