କରୋନାରେ ପ୍ରାଣ ହରାଇଥିବା ଦ୍ୱିତୀୟ ବ୍ୟକ୍ତି ବି ଭୁବନେଶ୍ୱରର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

କରୋନାରେ ପ୍ରାଣ ହରାଇଥିବା ଦ୍ୱିତୀୟ ବ୍ୟକ୍ତି ବି ଭୁବନେଶ୍ୱରର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଯାବତ୍ ୧୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ବ୍ୟକ୍ତି ଏପ୍ରିଲ୍‌ ୬ ତାରିଖରେ ପ୍ରାଣ ହରାଇଥିଲେ। ଆଉ ଏହାର ପାଖାପାଖି ମାସେ ପରେ ଗତକାଲି ଆଉ ଜଣେ ବ୍ୟକ୍ତି କରୋନାରେ ଜୀବନ ହରାଇଛନ୍ତି।

ଏହି ଦୁଇ ମୃତକ ଭୁବନେଶ୍ୱରର। ଦୁହିଁଙ୍କ ବୟସ ୭୦ ଟପି ସାରିଥିଲା। ପ୍ରଥମ ବୃଦ୍ଧଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବାସିନ୍ଦା ଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଏପ୍ରିଲ୍ ୪ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କଠାରେ କରୋନା ପଜିଟିଭ୍ ମିଳିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍ ୬ ତାରିଖରେ ସେ ପ୍ରାଣ ହରାଇଥିଲେ।

ସେହିପରି କରୋନାରେ ପ୍ରାଣ ହରାଇଥିବା ଦ୍ୱିତୀୟ ବୃଦ୍ଧ ଭୁବନେଶ୍ୱରର ମଧୁସୂଦନ ନଗରର ବାସିନ୍ଦା ଥିଲେ। ତାଙ୍କୁ ୭୭ ବର୍ଷ ହୋଇଥିଲା। ଗତକାଲି ଭୁବନେଶ୍ୱର କିମ୍‌ସ କୋଭିଡ୍ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୩୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ରହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୋଟ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଯାଜପୁର ଜିଲ୍ଲାରେ ସବୁଠୁ ଅଧିକ ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମାତ୍ର ଜଣେ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ରହିଛନ୍ତି।



from Odisha Reporter https://ift.tt/2zaL8Ku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages