ମଦର ହୋମ ଡେଲିଭରୀ କରିବାକୁ ଚାହୁଁଛି ଜୋମାଟୋ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ମଦର ହୋମ ଡେଲିଭରୀ କରିବାକୁ ଚାହୁଁଛି ଜୋମାଟୋ!

ନୂଆଦିଲ୍ଲୀ: ଅର୍ଡର ମୁତାବକ ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଉଥିବା ଜୋମାଟୋ ଏବେ ମଦର ହୋମ ଡେଲିଭରୀ କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କୁ ଅନୁମତି ମଗାଯାଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଭାରତରେ କରୋନା ପାଇଁ ଲକଡାଉନ ଜାରି ହୋଇଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ। ଲୋକମାନେ କରୋନା ଯୋଗୁ ବାହାରୁ ଖାଦ୍ୟ ମଗାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ ଖାଦ୍ୟର ହୋମ ଡେଲିଭରୀ କରୁଥିବା ଜୋମାଟୋ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷ କରି ଗ୍ରୋସରୀ ମଧ୍ୟ ଘରେ ପହଞ୍ଚାଉଛି। ଏବେ ନିଜ କମ୍ପାନୀକୁ ଆହୁରି ବ୍ୟାପକ କରିବା ପାଇଁ ଜୋମାଟୋ ମଦର ହୋମ ଡେଲିଭରୀ କରିବାକୁ ଅନୁମତି ମାଗିଛି।

ମାର୍ଚ୍ଚ ୨୫ରୁ ଦେଶରେ ମଦ ଦୋକାନ ବନ୍ଦ ରହିଥିଲା। ତେବେ ସୋମବାର ଠାରୁ ବିଭିନ୍ନ ରାଜ୍ୟରେ ଏହା ଖୋଲିଛି। ଫଳରେ ମଦ କିଣିବାକୁ ଲୋକମାନେ ପ୍ରବଳ ଭିଡ଼ କରୁଛନ୍ତି। ସାମାଜିକ ଦୂରତାକୁ କେହି ବି ପାଳନ କରୁନାହାନ୍ତି। ଭିଡ଼ କମାଇବାକୁ ଦିଲ୍ଲୀ ସରକାର ପ୍ରଥମେ ମଦ ଉପରେ ୭୦% ସ୍ୱତନ୍ତ୍ର କରୋନା ଟିକସ ଲାଗୁ କରିଥିଲେ।

ହେଲେ ଲୋକମାନେ ବର୍ଦ୍ଧିତ ଦରକୁ ଖାତିର ନ କରି ମଦ କିଣିବାକୁ ଆହୁରି ଅଧିକ ଭିଡ଼ ଜମାଇଥିଲେ। ଭିଡ଼ ନିୟନ୍ତ୍ରଣ କରି ନପାରି କିଛି ମଦ ଦୋକାନୀ ଶଟର ବନ୍ଦ କରିଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ମଦର ହୋମ ଡେଲିଭରୀ କରିବାକୁ ଆଗ୍ରହ ଦେଖାଇଛନ୍ତି। ହୋମ ଡେଲିଭରୀ ଦ୍ୱାରା ମଦ ପାଇଁ ଆଉ ଭିଡ଼ ହେବନାହିଁ ବୋଲି ସେମାନେ ଆଶା ରଖିଛନ୍ତି।

ଏହାକୁ ଅଧିକ ତ୍ୱାରାନ୍ୱିତ କରିବାକୁ ଜୋମାଟୋ ଲକ୍ଷ୍ୟ ରଖିଛି। ଭାରତରେ ମଦର ହୋମ ଡେଲିଭରୀ ପାଇଁ କୌଣସି ପ୍ରକାରର ଆଇନ ନାହିଁ। ଏହି ନିୟମରେ ପରିବର୍ତ୍ତନ କରିବାକୁ ଅନ୍ତର୍ଜାତୀୟ ସ୍ପିରିଟ୍ସ ଓ ୱାଇନ ଆସୋସିଏସନ ଅଫ ଇଣ୍ଡିଆ ଚାହୁଁଛି। ଏଥିପାଇଁ ଜୋମାଟୋ ଓ ଅନ୍ୟ ଡେଲିଭରୀ ସଂସ୍ଥାକୁ ଅନ୍ତର୍ଜାତୀୟ ସ୍ପିରିଟ୍ସ ଓ ୱାଇନ ଆସୋସିଏସନ ଅଫ ଇଣ୍ଡିଆ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ତର୍ଜାତୀୟ ସ୍ପିରିଟ୍ସ ଓ ୱାଇନ ଆସୋସିଏସନ ଅଫ ଇଣ୍ଡିଆକୁ ଜୋମାଟୋର ସିଇଓ ମୋହିତ ଗୁପ୍ତା ଚିଠି ଲେଖି ହୋମ ଡେଲିଭରୀ ପାଇଁ ଅନୁମତି ମାଗିଛନ୍ତି। ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ କମ ଥିବ, ସେହି ଅଞ୍ଚଳରେ ମଦର ହୋମ ଡେଲିଭରୀ କରିବାକୁ ଜୋମାଟୋ ଲକ୍ଷ୍ୟ ରଖିଥିବା ଶ୍ରୀ ଗୁପ୍ତା ଚିଠିରେ କହିଛନ୍ତି।

ତେବେ ବିଧିବଦ୍ଧ ଭାବେ ଜୋମାଟୋ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ପିରିଟ୍ସ ଓ ୱାଇନ ଆସୋସିଏସନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅମ୍ରିତ କିରାନ କହିଛନ୍ତି, ଲକଡାଉନ ଯୋଗୁ ପ୍ରଭାବିତ ରାଜସ୍ୱକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରମାନେ ମଦର ହୋମ ଡେଲିଭରୀ କରିବାକୁ ଅନୁମତି ଦେଇପାରନ୍ତି। ୨୦୧୮ରେ ଭାରତରେ ପ୍ରାୟ ୨୭.୨ ବିଲିୟନ ଡଲାର ମଦ ମାର୍କେଟରେ ବିକ୍ରି ହୋଇଥିଲା।



from Odisha Reporter https://ift.tt/2W8TaN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages