କରୋନା ଆତଙ୍କ ୯/୧୧ ଆତଙ୍କୀ ହମଲା ଠାରୁ ଅଧିକ ଭୟଙ୍କର ବୋଲି କହିଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

କରୋନା ଆତଙ୍କ ୯/୧୧ ଆତଙ୍କୀ ହମଲା ଠାରୁ ଅଧିକ ଭୟଙ୍କର ବୋଲି କହିଲେ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ସବୁଠାରୁ ବଡ଼ ଆତଙ୍କବାଦୀ ହମଲା ଭାବେ ୯/୧୧କୁ ବିବେଚନା କରାଯାଏ। ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଆତଙ୍କବାଦୀମାନେ ବିମାନ କ୍ରାଶ କରାଇଥିଲେ। ଏଥିରେ ପ୍ରାୟ ୩ ହଜାର ଲୋକ ମରିଥିଲେ। ଆମେରିକା ଇତିହାସର ଏହା ସବୁଠାରୁ ବଡ଼ କଳାଦିବସ ଥିଲା।

ହେଲେ ଏହା ଠାରୁ ଅଧିକ ଭୟଙ୍କର ହେଉଛି ମହାମାରୀ କରୋନା। ଏକଥାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହା ପର୍ଲ ହାରବରଠାରୁ ଆହୁରି ଭୟଙ୍କର। ୱାର୍ଲ୍ଡ ଟ୍ରେଡ ସେଣ୍ଟର ହମଲା ଠାରୁ ଆହୁରି ଘାତକ। ଆମର ଆଶା ଆଗକୁ କେବେ ବି ଏମିତି ହେବନାହିଁ। କରୋନା ଆମେରିକାରେ ଭୟଙ୍କର କ୍ଷତି ଘଟାଇ ସାରିଲାଣି।”

ବର୍ତ୍ତମାନ ସୁଦ୍ଧା ଆମେରିକାରେ କରୋନା ଯୋଗୁ ୭୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୩ ଲକ୍ଷ ରହିଛି। ଟ୍ରମ୍ପ ଯେଉଁ ପର୍ଲ ହାରବାର କଥା କହୁଛନ୍ତି, ତାହା ଜାପାନ ଦ୍ୱାରା ହୋଇଥିଲା। ଜାପାନ ପକ୍ଷରୁ ୧୯୪୧ରେ ହାୱାଇଠାରେ ଥିବା ପର୍ଲ ହାରବର ନୌସେନା ବେସ ଉପରେ ଆକ୍ରମଣ କରାଯାଇଥିଲା। ଫଳରେ ଆମେରିକା ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାମିଲ ହୋଇଥିଲା।



from Odisha Reporter https://ift.tt/2SHCmKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages