ରାମବିଳାଶ ପାସଓ୍ୱାନଙ୍କ ଅଫିସ୍ ସିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ରାମବିଳାଶ ପାସଓ୍ୱାନଙ୍କ ଅଫିସ୍ ସିଲ୍

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାସୱାନଙ୍କ କାର୍ଯ୍ୟାଳୟ ଏବଂ ସେଣ୍ଟ୍ରାଲ ଦିଲ୍ଲୀର କୃଷି ଭବନରେ ଥିବା ତାଙ୍କର ଏକ ବିଭାଗର ଅଫିସକୁ ସିଲ୍ କରାଯାଇଛି। ମତ୍ସ୍ୟ, ଗୋପାଳନ ଏବଂ ଡାଏରୀ ଫାର୍ମିଂରେ ନିଯୁକ୍ତ ଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଜଣେ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, କୃଷି ଭବନରେ ଖାଦ୍ୟ ଓ ବିତରଣ ଅଫିସ୍ ରହିଛି। ୧୯ ଏବଂ ୨୦ରେ ଏହି ଅଫିସକୁ ବିଶୋଧନ କରାଯିବ। ତେଣୁ ଅଫିସକୁ ସିଲ୍ କରାଯାଇଛି।

ରାମବିଳାଶ ପାସଓ୍ୱାନଙ୍କ ପାଖରେ ଦୁଇଟି ମନ୍ତ୍ରଣାଳୟ ରହିଛି। ଗୋଟିଏ ଖାଦ୍ୟ ଯୋଗାଣ ବିଭାଗ ଏବଂ ଅନ୍ୟଟି ଉପୋଭକ୍ତା ବିଭାଗ। କୃଷି ଭବନ ଭିତରେ କୃଷି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତି ରାଜ ସହିତ ଅନେକ ମନ୍ତ୍ରଣାଳୟ ରହିଛି।

ଏହା ପୂର୍ବରୁ ୨୮ ଏପ୍ରିଲରେ ନୀତି ଆୟୋଗର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ନୀତି ଆୟୋଗ ଅଫିସକୁ ସିଲ୍ କରାଯାଇ ବିଶୋଧନ କରାଯାଇଥିଲା।



from Odisha Reporter https://ift.tt/2za3prG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages