‘ଓଡ଼ିଶାକୁ ସେତେଟା ବିପଦ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

‘ଓଡ଼ିଶାକୁ ସେତେଟା ବିପଦ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସମୁଦ୍ର ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ମହାବାତ୍ୟା ‘ଅମ୍ଫାନ’। ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଏକ୍ସଟ୍ରିମ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଏହା ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ‘ଅମ୍ଫାନ’ ପାରାଦୀପ ଠାରୁ ୫୨୦ କିମି ଦୂରରେ ରହିଥିବା ବେଳେ ପଶ୍ଚିମବଙ୍ଗ ଦୀଘା ଠାରୁ ୬୭୦ କିମି ଦୂରରେ ରହିଛି। ଏହା ଅତି ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ। ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ନରୁ ସଂଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଉପକୂଳ ଛୁଇଁବ।

ଆଇଏମ୍‌ଡି ଡିଜି ଆହୁରି କହିଛନ୍ତି ଯେ, ଓଡ଼ିଶାକୁ ସେତେଟା ବିପଦ ନାହିଁ। ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ‘ଅମ୍ଫାନ’ ପ୍ରଭାବ ପଡ଼ିବ। ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ବିଶେଷ କରି ଭଦ୍ରକ ଓ ବାଲେଶ୍ୱରରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିବ। ସ୍ଥଳବିଶେଷରେ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ଏହା ବୃଦ୍ଧି ପାଇପାରେ। ବର୍ତ୍ତମାନ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ବହୁଛି।

ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଆନ୍ତୁ ନାହିଁ। ଯଦି କେହି ସମୁଦ୍ରକୁ ଯାଇଥିବେ ତାହାହେଲେ ତୁରନ୍ତ ଫେରିଆସନ୍ତୁ ବୋଲି ଆଇଏମଡି ଡିଜି କହିଛନ୍ତି।



from Odisha Reporter https://ift.tt/2X6xfoU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages