୨୪ ଘଣ୍ଟାରେ ଦୁର୍ଘଟଣା ନେଲା ୧୭ ପ୍ରବାସୀ ଶ୍ରମିକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

୨୪ ଘଣ୍ଟାରେ ଦୁର୍ଘଟଣା ନେଲା ୧୭ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଭିନ୍ନ ଭିନ୍ନ ଉପାୟରେ ନିଜ ଘରକୁ ଫେରିବାରେ ଲାଗିଛନ୍ତି। କିଏ ବସରେ ଆସୁଛି ତ ଆଉ କିଏ ଟ୍ରକ୍‌ରେ କିମ୍ବା ପାଦରେ ଚାଲିଚାଲି ନିଜ ଭିଟାମାଟି ଅଭିମୁଖେ ଆସୁଛନ୍ତି।

ତେବେ ଗତ ୨୪ ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ଘରକୁ ଫେରୁଥିବା ୧୭ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ୯୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କେବଳ ମଧ୍ୟପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି।

ଉତ୍ତର ପ୍ରଦେଶର ମୁଜାଫରନଗର-ଶାହରନପୁର ରାସ୍ତାରେ ଚାଲିଚାଲି ହରିଆଣାରୁ ବିହାର ଯାଉଥିବା ଶ୍ରମିକଙ୍କ ଉପରେ ବସ ମାଡ଼ି ଯିବାରୁ ୬ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଘଟଣାରେ ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୧ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସେହିପରି ଲକଡାଉନ ଯୋଗୁ ଚାକିରି ହରାଇଥିବା ୩୬ ବର୍ଷୀୟ ବ୍ୟକ୍ତି ଗୁରୁଗ୍ରାମରୁ ବିହାର ଅଭିମୁଖେ ଚାଲିଚାଲି ଘରକୁ ବାହୁଡ଼ିଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି। ତାଙ୍କ ପରିବାର ଲୋକ ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି।

ବ୍ୟକ୍ତି ଜଣଙ୍କ ଦୀର୍ଘ ୧୨ଶହ କିମି ରାସ୍ତା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନରେ ଟିକେଟ ବୁକିଂ କରିବାକୁ ଚାହିଁଥିଲେ। ହେଲେ ଏହା ସମ୍ଭବ ପର ନ ହେବାରୁ ସେ ବାଧ୍ୟ ହୋଇ ପରିବାର ଲୋକଙ୍କୁ ଧରି ଚାଲିଚାଲି ଯାତ୍ରା ଆରମ୍ଭ କରିଥିଲେ। ତେବେ ଝାରସା ନିକଟରେ ଏକ ଟ୍ରକ ତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶ ଯାଉଥିବା ୬୦ରୁ ଅଧିକ ଶ୍ରମିକଙ୍କ ଟ୍ରକ ମଧ୍ୟପ୍ରଦେଶର ଗୁନାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ଉନ୍ନାଓ ଏବଂ ରାଏବରେଲୀର ଅଧିବାସୀ। ଜଣଙ୍କ ପିଛା ୪ ହଜାର ଟଙ୍କା ଦେଇ ସେମାନେ ମହାରାଷ୍ଟ୍ରରୁ ଟ୍ରକରେ ଉତ୍ତର ପ୍ରଦେଶ ଆସୁଥିଲେ।

ବିହାରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ ସାମ୍ନା ପଟୁ ଟ୍ରକକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଶଙ୍କର ଚୌକ ନିକଟରେ ଏହି ଘଟଣା ଘଟିଛି।

କେବଳ ଏହି ହାତ ଗଣତି ୩/୪ଟି ଘଟଣା ନୁହେଁ, ପ୍ରତିଦିନ ଏମିତି ରାସ୍ତାରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଉଛି।



from Odisha Reporter https://ift.tt/2T7OYev

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages