କେନ୍ଦୁଝର(ପ୍ରଣୟ ପାଣି): “ଦୀର୍ଘ ବର୍ଷ ହେଲା ଆମେ ଏଠାରୁ କାମ କରି ପେଟୁ ପୋଷୁଥିଲୁ। କିନ୍ତୁ ଲକ୍ଡାଉନ୍ ହେବା ପରଠୁ ଚାକିରି ହରେଇଲୁ। ମାର୍ଚ୍ଚ ୩୧ ତାରିଖରେ କମ୍ପାନୀ ଆମ ହାତରେ ଛଟେଇ ନୋଟିସ୍ ଧରାଇଦେଲା। ଏବେ କିପରି ବଞ୍ଚିବୁ, ପିଲାଙ୍କ ମୁହଁରେ କିପରି ଦାନା ମୁଠେ ଦେବୁ। ସରକାର କିଛି ବ୍ୟବସ୍ଥା ନ କଲେ ଆମେ ଭୋକ ଉପାସରେ ମରିଯିବୁ” । କୋହଭରା କଣ୍ଠରେ ଏପରି କହିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଏକ କମ୍ପାନୀର ଛଟେଇ ହୋଇଥିବା କର୍ମଚାରୀ।
କରୋନା ପରି ମହାମାରୀ ସହ ଲଢେଇ ସମୟରେ କେହିବି ଭୋକିଲା ରହିବେ ନାହିଁ । ଏହି ସମୟ ମଧ୍ୟରେ କୌଣସି କମ୍ପାନୀ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଛଟେଇ କିମ୍ବା ଦରମା ବନ୍ଦ କରି ପାରିବେ ନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏପରି କଡ଼ା ନିୟମ, ତାଗିଦକୁ କିନ୍ତୁ କେନ୍ଦୁଝର ଜିଲ୍ଲାରେ ଥିବା ବହୁ କମ୍ପାନୀ ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି।
ଯୋଡା ଅଞ୍ଚଳରେ ଥିବା ଏକ କମ୍ପାନୀ କର୍ତ୍ତୃପକ୍ଷ ଆଳ ଦେଖାଇ ପ୍ରାୟ ୨ଶହରୁ ଉର୍ଦ୍ଧ ଶ୍ରମିକ ଓ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଦେଇଥିବା ଜଣାପଡିଛି । ଏବେ ଚାକିରି ହରାଇ ଭୋକ ଉପାସରେ ଏହି କର୍ମଚାରୀଙ୍କ ପରିବାର ଦିନ କାଟୁଉଛନ୍ତି । କମ୍ପାନୀର ଏପରି ବେଆଇନ କାର୍ଯ୍ୟ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି ।
from Odisha Reporter https://ift.tt/2LqNHuK
No comments:
Post a Comment