ମାଲକାନଗିରି(ଜିତେନ୍ଦ୍ର ବେଉରା): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଭଜନ ଗାଇବା ସହ ମନ୍ତ୍ରପାଠ ଓ ଯୋଗ କରୁଛନ୍ତି ପ୍ରବାସୀ ଓଡ଼ିଆ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଯବାନପାଲିରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ।
ଏହି ଜିଲ୍ଲାର ଅଧିକାଂଶ ଶ୍ରମିକ ଶହଶହ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇ ଥିବା ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏଥିସହ କିଛି ଶ୍ରମିକଙ୍କୁ କାଲିମେଳା ବ୍ଲକ ଯବାନପାଲିରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ତେବେ ସେଠାରେ ଶ୍ରମିକମାନେ ନିଜକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଭଜନ ଗାଉଛନ୍ତି। ଏଥିସହ ଯୋଗ କରୁଥିବା ଦେଖିବାକୁ ମିଳିଛି। ଏହି ସେଣ୍ଟରରେ ଦାୟିତ୍ୱରେ ଥିବା ଶିକ୍ଷକ ନବ କିଶୋର ମଲ୍ଲିକ ସେମାନଙ୍କୁ ଭଜନ ଓ ଯୋଗ କରାଉଛନ୍ତି। ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୦୩ ଜଣ ଶ୍ରମିକ ରହିଛନ୍ତି।
from Odisha Reporter https://ift.tt/2ys6ovo
No comments:
Post a Comment