ୱାଶିଂଟନ: ଆମେରିକାରେ ମହାମାରୀ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରି ବ୍ୟାପିବାରେ ଲାଗିଛି। ୭୨ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଥିବା କରୋନା ଏବେ ଅପ୍ରବାସୀ ଅଟକ କେନ୍ଦ୍ରରେ ଜୀବନ ନେଇଛି।
ଆମେରିକା ପ୍ରଶାସନ ଦ୍ୱାରା ଅଟକ ରହିଥିବା ବିଦେଶୀ ନାଗରିକ କେନ୍ଦ୍ରରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ଏପ୍ରିଲ ଶେଷ ଭାଗରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେବେଠାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଥିଲା।
ହେଲେ ଏବେ ସେ ଆଖି ବୁଜିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ସାନ ଡିଆଗୋ ସ୍ଥିତ ଓଟାୟ ମେସା ଅଟକ କେନ୍ଦ୍ରରେ ରହିଥିଲେ। ଏଠାରେ ପ୍ରାୟ ୩୦ ହଜାର ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ବିଦେଶୀ ନାଗରିକଙ୍କୁ ଅଟକ ରଖାଯାଇଛି। ଏବେ ସେମାନଙ୍କୁ ମଧ୍ୟ କରୋନା ସଂକ୍ରମଣ କରିଥିବା ଆଶଙ୍କା ବଢ଼ିଛି।
from Odisha Reporter https://ift.tt/2SIiMy9
No comments:
Post a Comment