୨୪ ଘଣ୍ଟାରେ କରୋନା ନେଲା ୮୯ ଜୀବନ, ୩୫୬୧ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

୨୪ ଘଣ୍ଟାରେ କରୋନା ନେଲା ୮୯ ଜୀବନ, ୩୫୬୧ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପୀବାରେ ଲାଗିଛି। ପୁଣିଥରେ ୨୪ ଘଣ୍ଟାରେ ୩ ହଜାର ୫ଶହରୁ ଅଧିକ ଲୋକ କରୋନାରେ ଆକ୍ରନ୍ତ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାରର ନିକଟତର ହୋଇଛି।

ସେହିପରି ୨୪ ଘଣ୍ଟାରେ ଆଉ ୮୫ ଜଣ ଲୋକଙ୍କ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୮୩ରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୨୪ ଘଣ୍ଟାରେ ୩୫୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧୫,୨୬୭ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୫,୯୦୨ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ୨୪ ଘଣ୍ଟାରେ ୮୯ ଜଣଙ୍କ ଜୀବନ ଯିବାରୁ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୬୯୪ରୁ ବୃଦ୍ଧି ପାଇ ୧୭୮୩ରେ ଛୁଇଁଛି।

ମହାରାଷ୍ଟ୍ରରରେ ସର୍ବାଧିକ ୧୬,୭୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୫୧ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ୩୦୯୪ ଜଣ ସୁସ୍ଥ ହୋଇଛନ୍ତି। ମୁମ୍ବାଇରେ ସର୍ବାଧିକ ୧୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୧୨୩୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ପ୍ରାଣ ହରାଇଛନ୍ତି।

ମହାରାଷ୍ଟ୍ର ପରେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬୨୫ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୩୯୬ରେ ପହଞ୍ଚି ଯାଇଛି। ଦିଲ୍ଲୀରେ ବି ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଦିଲ୍ଲୀରେ ୫୫୩୨ ଜଣ କରୋନାରେ ଆକ୍ରାନ୍ତ ଓ ୬୫ ଜଣ ପ୍ରାଣ ହରାଇଛନ୍ତି।

ତାମିଲନାଡୁରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨୯ ଜଣ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩୫ ରହିଛି।

ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୧୪୪, ଉତ୍ତର ପ୍ରଦେଶରେ ୬୦, ଉତ୍ତରାଖଣ୍ଡରେ ୧, ତେଲେଙ୍ଗାନାରେ ୨୯, ରାଜସ୍ଥାନରେ ୯୨, ପଞ୍ଜାବରେ ୨୭, ଓଡ଼ିଶାରେ ୨, ମେଘାଳୟରେ ୧, ମଧ୍ୟପ୍ରଦେଶରେ ୧୮୫, କେରଳରେ ୪, ଝାରଖଣ୍ଡରେ ୩, ଜମ୍ମୁ-କଶ୍ମୀରରେ ୮, ହିମାଚଳ ପ୍ରଦେଶରେ ୨, ହରିଆଣାରେ ୭, ଚଣ୍ଡିଗଡ଼ରେ ୧, ବିହାରରେ ୪, ଆସାମରେ ୧ ଓ ଆନ୍ଧ୍ର ପ୍ରଦେଶରେ ୩୬ ଜଣ ଲୋକ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3cnEM96

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages