ପଟ୍ଟଚିତ୍ର ମାଧ୍ୟମରେ ସାମାଜିକ ଦୂରତ୍ୱର ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ପଟ୍ଟଚିତ୍ର ମାଧ୍ୟମରେ ସାମାଜିକ ଦୂରତ୍ୱର ବାର୍ତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ବିରୋଧୀ ଯୁଦ୍ଧରେ ସାମିଲ ହେଲେଣି ଅନେକ ପଟ୍ଟଚିତ୍ର ଶିଳ୍ପୀ। ସେମାନେ ନାନା ପ୍ରକାର ମାସ୍କ ପିନ୍ଧା ଲୋକଙ୍କର ଚିତ୍ର ଆଙ୍କି ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି, ସଚେତନତାର ବାର୍ତ୍ତା ପ୍ରସାରଣ କରୁଛନ୍ତି। ଆଉ ଏହି ପଟ୍ଟଚିତ୍ର ବାର୍ତ୍ତା ଲୋକମାନଙ୍କୁ ବେଶ୍‌ ପସନ୍ଦ ଆସିଛି।

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା । ସାଧାରଣତଃ ଏହା ପ୍ରଭୁ ଜଗନ୍ନାଥ ଏବଂ ରାଧାକୃଷ୍ଣଙ୍କ ପ୍ରେମକଥାର ବର୍ଣ୍ଣନାକୁ ନେଇ ଅଙ୍କାଯାଇଥାଏ। ପଟ୍ଟଚିତ୍ରର ଇତିହାସ ବେଶ୍‌ ପୁରାତନ। ପଂଚମ ଶତାବ୍ଦୀର ପୁରୀ, କୋଣାର୍କ ଓ ଭୁବନେଶ୍ୱରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ। ପଟ୍ଟ ଶବ୍ଦର ଅର୍ଥ ‘କନା’। ଏହି ଚିତ୍ର କନା ଉପରେ ଅଙ୍କା ଯାଇଥାଏ। ବିଭିନ୍ନ ରଙ୍ଗର ସାହାଯ୍ୟରେ ଏହି ଚିତ୍ରକୁ କଳାକାରମାନେ ଆଙ୍କିଥାନ୍ତି। ଓଡ଼ିଶା ତଥା ଓଡ଼ିଶା ବାହାରେ ପଟ୍ଟ ଚିତ୍ରର ବେଶ୍‌ ଚାହିଦା ରହିଛି। ପଟ୍ଟଚିତ୍ରକୁ ନେଇ ପ୍ରାୟ ସମୟ ନାନା ପ୍ରକାରର ଆଧ୍ୟାତ୍ମିକ ଛବି ଅଙ୍କାଯାଉଥିବା ବେଳେ ଏବେ ସାମାଜିକ ଦୂରତା ନେଇ କିଛି ଛବି ଅଙ୍କା ଯାଇଛି।

ଏବେ ସାରା ଦେଶ କରୋନାକୁ ନେଇ ଚିନ୍ତାରେ ଅଛି। ଏହି ସମୟରେ ଲୋକମାନେ କେମିତି ମୁହଁପଟି ବା ମାସ୍କର ବ୍ୟବହାର କରିବେ ସେଥିପାଇଁ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ ପଟ୍ଟଚିତ୍ରରେ ମାସ୍କ ପିନ୍ଧା ଛବି ଅଙ୍କାଯାଇଛି। ଏହି ଚିତ୍ର ଆଙ୍କିଛନ୍ତି ଓଡ଼ିଶାର ଜଣେ  ପଟ୍ଟଚିତ୍ର କାରିଗର ଅପିନ୍ଦ୍ର ସ୍ୱାଇଁ।

ଅପିନ୍ଦ୍ରଙ୍କର ଏହି ଫଟୋକୁ ବିବିସି ନିଉଜ୍‌ର ଜଣେ ସାମ୍ବାଦିକ ସୌତିକ‌ ବିଶ୍ୱାସ ତାଙ୍କ ଟ୍ୱିଟରରେ ଶେଆର କରିଛନ୍ତି। ଏହି ପଟ୍ଟଚିତ୍ରରେ ସମସ୍ତ ଚିତ୍ର ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି।

ସଉତିକ୍‌ ପୋଷ୍ଟ କରିଥିବା ଟ୍ୱିଟ୍‌ରେ କେବଳ ଓଡ଼ିଶା ନୁହେଁ ରାଜସ୍ଥାନର ବିଭିନ୍ନ କାରିଗର ତାଙ୍କ ପାରମ୍ପରିକ ଚିତ୍ରକଳା ମାଧ୍ୟମରେ ସାମାଜିକ ଦୁରତ୍ୱକୁ ଦର୍ଶାଇଛନ୍ତି। ଏଥିରେ ମଧୁବାନୀ ପେଣ୍ଟର ଅମ୍ବିକା ଦେବୀ, ଫାଡ ପେଣ୍ଟିଂ, କବଦ ଆର୍ଟ, ତୁଳସୀ ଦାସ ନିମ୍ବର୍କଙ୍କ ପେଣ୍ଟିଂ ସାମିଲ୍‌ ରହିଛି।

 

 



from Odisha Reporter https://ift.tt/3aY2Ldy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages