ଶଙ୍କରପୁର ସାହି ହେଲା ‘ଆକ୍ସେସ୍ କଣ୍ଟ୍ରୋଲ ଜୋନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ଶଙ୍କରପୁର ସାହି ହେଲା ‘ଆକ୍ସେସ୍ କଣ୍ଟ୍ରୋଲ ଜୋନ୍’

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କେବଳ ଚିହ୍ନଟ ହୋଇଛନ୍ତି ୨୬୪ ଆକ୍ରାନ୍ତ ।  ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକାବିକୁ କଡ଼ା ପଦକ୍ଷେପ ଗ୍ରହଣ କରିଛି  ବ୍ରହ୍ମପୁର ମହାନଗର ନିଗମ। ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ଘୋଷଣା କରିଛି ମହାନଗର ନିଗମ ।

ସହରର ବଡ଼ବଜାର ଥାନା ଶଙ୍କରପୁର ସାହିକୁ ଆକ୍ସେସ୍ କଣ୍ଟ୍ରୋଲ ଜୋନ ଘୋଷଣା କରାଯାଇଛି । ଏଥିସହିତ ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ । ଏହି ଜୋନ୍ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗଯାଇଛି।  ସେହିପରି ସାହି ଭିତରେ ଥିବା ସବୁ ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜୋନ୍ ଭିତରେ ସମସ୍ତ ପ୍ରକାର ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଏହି ଜୋନ୍ ପରିସରରେ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ତେବେ ଏହି ସମୟରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକମାନଙ୍କୁ ଯୋଗାଇ ଦିଆଯିବ ।



from Odisha Reporter https://ift.tt/2Td59Hz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages