ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଘଟଣାରେ ମତ ରଖିଛି ଆମେରିକା। ଏହି ସୀମା ବିବାଦ ପ୍ରସଙ୍ଗରେ ଆମେରିକା ବନ୍ଧୁ ଭାରତକୁ ସମର୍ଥନ କରିଥିବା ବେଳେ ଚାଇନାକୁ ଜୋରଦାର ବିରୋଧ କରିଛି।
ସୀମା ବିବାଦକୁ ନେଇ ଚାଇନା ଯେଉଁଭଳି ଭାବେ ଭାରତ ସହ ବିବାଦ କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ଏପରି କରି ଚାଇନା ଏକ ଖରାପ ସ୍ଥିତି ସୃଷ୍ଟି କରୁଛି ଓ ଭାରତକୁ ଉସକାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକା କହିଛି। ବ୍ୟୁରୋ ଅଫ ଦକ୍ଷିଣ ଓ ସେଣ୍ଟ୍ରାଲ ଏସିଆନ ବ୍ୟାପାରର ପ୍ରିନ୍ସିପାଲ ଡେପୁଟି ଆସିସଷ୍ଟାଣ୍ଟ ସଚିବ ଆଲିସେ ଜି ୱେଲ୍ସ କହିଛନ୍ତି।
ଅନଲାଇନ ପ୍ରେସ ବ୍ରିଫିଂରେ ୱେଲ୍ସ କହିଛନ୍ତି, ସୀମା ବିବାଦକୁ ନେଇ ଚାଇନା ଯେଉଁଭଳି ଆକ୍ରମଣାତ୍ମକ ସ୍ଥିତି ଉପୁଜାଉଛି, ତାହା ଠିକ ନୁହେଁ। ଦକ୍ଷିଣ ଚାଇନା ସାଗର କିମ୍ବା ଭାରତ ସହ ଲାଗିଥିବା ସୀମାକୁ ନେଇ ବେଜିଂ ସର୍ବଦା ବିଶୃଙ୍ଖଳା ସୃଷ୍ଟି କରିବା ଭଳି କାମ କରୁଛି। ଏହା ସମସ୍ତଙ୍କୁ ଚିନ୍ତାରେ ପକାଉଛି। ଚାଇନା ନିଜକୁ ଶକ୍ତିଶାଳୀ ମନେକରି ତା’ର କ୍ଷମତାକୁ ଏଠାରେ ବ୍ୟବହାର କରିବାକୁ ଚାହୁଁଛି।
ଏହା ପୂର୍ବ ବିପଦର ଏକ ସଙ୍କେତ। ତେଣୁ କରି ସକାରାମତ୍କ ଚିନ୍ତାଧାରା ରଖିଥିବା ଦେଶଗୁଡ଼ିକ ଏକାଠି ହେବା ଦରକାର। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମସ୍ତେ ମିଳିତ ଭାବେ କିପରି ପରସ୍ପର ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ହୋଇପାରିବ ଓ ପରସ୍ପର ମିଳିତ ଭାବେ ରହିବେ, ସେ ଦିଗରେ କାର୍ଯ୍ୟ କରିଥିଲୁ।
ହେଲେ ଏବେ ଚାଇନା ପ୍ରତିଟି ସୀମାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି। ଏଥିରୁ ଚାଇନା ନିବୃତ୍ତ ରହିବା ଦରକାର ବୋଲି ସେ କହିଛନ୍ତି। ନିକଟରେ ସିକ୍କିମ ଓ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଥିଲା।
ଉଭୟ ପକ୍ଷ ମାରପିଟ ହେବାରୁ ଏକାଧିକ ଯବାନ ଆହତ ହୋଇଥିଲେ। ଏପରି ସ୍ଥିତିରେ ଭାରତକୁ ଆମେରିକା ଖୋଲା ସମର୍ଥନ କରିଛି।
from Odisha Reporter https://ift.tt/2zgPQXu
No comments:
Post a Comment