କରୋନା ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥ ଦାନ କଲେ ୧୦ ବର୍ଷର ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

କରୋନା ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥ ଦାନ କଲେ ୧୦ ବର୍ଷର ଝିଅ

ଆସ୍କା(ମନୋଜ ମୁନି): କରୋନା ପରି ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ସଂଗ୍ରାମ ଜାରି ରଖିଥିବା ବେଳେ ବହୁ ଲୋକ ଆଖି ବୁଜି ସାରିଲେଣି । ଏପରି ସ୍ଥିତି ଜଣେ ୧୦ ବର୍ଷର କୁନି ଝିଅକୁ ବିଚଳିତ କରିଦେଇଥିବା ବେଳେ ଏଥିନିମନ୍ତେ ନିଜ ସଞ୍ଚିତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି।

ଗଞ୍ଜାମ ଧରାକୋଟ ଅଞ୍ଚଳରେ ରହୁଥିବା ୧୦ ବର୍ଷର ଝିଅ ଅସମାନ ପ୍ରଧାନ ଗତ ୪ ବର୍ଷ ଧରି ନିଜ କୁମ୍ପିରେ ସଞ୍ଚୟ କରି ରଖିଥିବା ଟଙ୍କାକୁ ଧରାକୋଟ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏହି ଟଙ୍କା ଦାନ କରିଛନ୍ତି।

ନିଜ ସଞ୍ଜିତ ସମସ୍ତ ଅର୍ଥ ସରି ଯାଇଥିଲେ ବି ଏହା ଏକ ମହତ କାମରେ ବିନିଯୋଗ ହେବ ଭାବି ଖୁବ୍‌ ଖୁସି ଓ ଗର୍ବିତ ଅନୁଭବ କରିଥିବା କହିଛନ୍ତି ଅସମାନ। ଦୀର୍ଘ ବର୍ଷ ହେଲା ନିଜ କୁମ୍ପିରେ ରଖିଥିବା ଅର୍ଥ ଦାନ କରିବାକୁ ସେ ପ୍ରଥମେ ମାଙ୍କୁ ପ୍ରସ୍ତାବ ଦେଇଥିଲେ । ନିଜ କୁନି ଝିଅର ଏପରି ଭାବନା ବିଷୟରେ ଜାଣି ପ୍ରଥମେ ତାଙ୍କ ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ପୂରା ପରିବାର ତାଙ୍କୁ ସମର୍ଥ କରିଥିଲେ।

ସେମାନେ ମଧ୍ୟ ଝିଅର ଏପରି ପଦକ୍ଷେପ ଲାଗି ଖୁବ୍‌ ଗର୍ବିତ ଅନୁଭବ କରୁଥିବା ବେଳେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି।   ଏହାପରେ ପୁରା ପରିବାର ଯାଇ ଧରାକୋଟ ବିଡିଓଙ୍କୁ ଏକ ଚେକ୍ ସହ ସାନିଟାଇଜର ଓ ମାସ୍କ ପ୍ରଦାନ କରିଥିଲେ ।



from Odisha Reporter https://ift.tt/3d2gS3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages