ଗ୍ୟାସ ଟାଙ୍କି ଫାଟି ବାପପୁଅ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ଗ୍ୟାସ ଟାଙ୍କି ଫାଟି ବାପପୁଅ ମୃତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରସ୍ଥିତ ୭ ନମ୍ୱର ସେକ୍ଟର ଥାନା ଅନ୍ତର୍ଗତ କବି ସମ୍ରାଟ ପାଲିରେ ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣାରେ ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଯୋଧ୍ୟା ସାହୁ  ଓ ତାଙ୍କ ପୁଅ ଗୁଡୁ (୧୦)। ଏହି ଦୁର୍ଘଟଣାରେ ଅଯୋଧ୍ୟାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ଗତ ସୋମବାର  ରିତାଞ୍ଜଳି ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇ ଟାଙ୍କି ଫାଟି ଯାଇଥିଲା। ଏଥିରେ ରିତାଞ୍ଜଳି, ତାଙ୍କ ସ୍ୱାମୀ ଅଯୋଧ୍ୟା ଓ ତାଙ୍କ ପୁଅ ପୋଡ଼ି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚ୍‌ରେ ଅଯୋଧ୍ୟାଙ୍କ ମୃତ୍ୟୁ ଘଟିଥିଲା।

ତେବେ ଅଯୋଧ୍ୟାଙ୍କ୧୦ ବର୍ଷର ପୁଅ ଗୁଡୁ  ଓ  ସ୍ତ୍ରୀ ରିତାଞ୍ଜଳି ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତକାଲି ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ପାଲଲହଡ଼ା ନିକଟରେ ଗୁଡୁଙ୍କ ମୃତ୍ୟୁ ଘଟିଥିଲା। ରିତାଞ୍ଜଳିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା କବିସମ୍ରାଟ ପଲ୍ଲୀ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ଘର ଓ ଆସବବାପତ୍ର ମଧ୍ୟ ପୋଡ଼ି ଜାଳିଯାଇଥିଲା।

 



from Odisha Reporter https://ift.tt/3dlFvrC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages