କ୍ୱାରେଣ୍ଟାଇନ୍ କେନ୍ଦ୍ର ଆଡ଼େ ନ ଯିବାକୁ ନିବେଦନ କଲେ ଜିଲ୍ଲାପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

କ୍ୱାରେଣ୍ଟାଇନ୍ କେନ୍ଦ୍ର ଆଡ଼େ ନ ଯିବାକୁ ନିବେଦନ କଲେ ଜିଲ୍ଲାପାଳ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ବେଳେ ଆଜି ଏହି ସଂଖ୍ୟା ୨୧ ଛୁଇଁଛି। ଏକାଥରେ ୧୭ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି।  ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଦୃଷ୍ଟିରେ ରଖି ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।

ଗଞ୍ଜାମ ଜିଲ୍ଲାବାସୀଙ୍କୁ ସ୍ଥାନୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ର ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। କ୍ୱାରେଣ୍ଟାଇନ୍ କେନ୍ଦ୍ର ଆଡ଼କୁ ନ ଯିବାକୁ ଲୋକଙ୍କୁ ନିବେଦନ କଲେ ଖୋଦ ଜିଲ୍ଲାପାଳ।

ଜିଲ୍ଲାପାଳ କହିଛନ୍ତି, ପ୍ରବାସୀମାନେ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଛନ୍ତି, ସେମାନଙ୍କ ଯତ୍ନ ନିଆଯାଉଛି।  କ୍ୱାରେଣ୍ଟାଇନ୍ ସେଣ୍ଟରକୁ କେବଳ ପ୍ରାଧିକୃତ ଅଧିକାରୀଙ୍କୁ ଯିବାକୁ ଅନୁମତି ମିଳିଛି। କରୋନା ଭୟ ଏଡ଼ାଇବାକୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ।



from Odisha Reporter https://ift.tt/2A9SnmB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages