ପ୍ରଧାନମନ୍ତ୍ରୀଙ୍କ ଗ୍ୟାସ ଲିକ୍‌ ଟ୍ରାଜେଡୀ ସମୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ପ୍ରଧାନମନ୍ତ୍ରୀଙ୍କ ଗ୍ୟାସ ଲିକ୍‌ ଟ୍ରାଜେଡୀ ସମୀକ୍ଷା

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ ଗ୍ୟାସ ଲିକ ଟ୍ରାଜେଡୀରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ ୩ ପରେ ୮ ଓ ରିପୋର୍ଟ ଲେଖା ହେବା ବେଳକୁ ଏହି ସଂଖ୍ୟା ୯ରେ ପହଞ୍ଚି ଯାଇଛି। ଆହୁରି ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପର୍ଯ୍ୟୟ ପ୍ରଶମସ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ସ୍ଥିତର ସମୀକ୍ଷା ପାଇଁ ପାଇଁ ସେ ଜରୁରୀ ବୈଠକ ମଧ୍ୟ ଡାକିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ ମଧ୍ୟ ସେ ଫୋନ ଯୋଗେ କଥା ହୋଇଛନ୍ତି। ଘଟଣାରେ ସମସ୍ତ ପ୍ରକାରର ସହଯୋଗ କରିବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ମୋଦି ତାଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ କଂଗ୍ରେସକର୍ମୀଙ୍କୁ ସେ ଆହ୍ୱାନ କରିଛନ୍ତି। ଅସୁସ୍ଥ ହୋଇଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।



from Odisha Reporter https://ift.tt/2WDz5gG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages