ଜଣେ ଆତଙ୍କୀ ନିପାତ, ସେନାର ଜାଲରେ ହିଜବୁଲର ଟପ୍ କମାଣ୍ଡର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଜଣେ ଆତଙ୍କୀ ନିପାତ, ସେନାର ଜାଲରେ ହିଜବୁଲର ଟପ୍ କମାଣ୍ଡର!

ଶ୍ରୀନଗର: ପୁଲଓ୍ୱାମା ଜିଲ୍ଲାର ଅଓ୍ୱନ୍ତିପୋରାରେ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀ ପାଖରୁ ଏକେ ୪୭ ବନ୍ଧୁକ ଜବତ ହୋଇଛି। ଉଭୟ ସିଆରପିଏଫ ଯବାନ ଏବଂ ଜମ୍ମୁ କଶ୍ମୀର ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଗତକାଲି ରାତିରୁ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ଅଓ୍ୱନ୍ତିପୋରାର ଶର୍ଶାଲି ଖ୍ରେଉରେ ଏହି ଏନାକାଉଣ୍ଟର ହୋଇଛି। ଏହି ଅଞ୍ଚଳରେ ଥିବା ୧୨ରୁ ୧୫ ଘରର ସଦସ୍ୟଙ୍କୁ ଯବାନମାନେ ସୁରକ୍ଷିତ ଭାବରେ ଉଦ୍ଧାର କରି ନିଜ ହେପାଜତରେ ରଖିଛନ୍ତି। ଆତଙ୍କବାଦୀ ସଂଗଠନ ହିଜବୁଲରର ଟପ୍ କମାଣ୍ଡର ରିଆଜ୍ ନାଇକ ଲୁଚି ରହିଥିବା ନେଇ ସୂଚନା ରହିଛି। ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ତେବେ ଏବେ ଏହି ଜଣେ  ଟପ୍ ଆତଙ୍କବାଦୀକୁ ଅଟକ ରଖାଯାଇଥିବା ସୂଚନା ରହିଛି। ଜମ୍ମୁ କଶ୍ମୀର ପୁଲିସ ଖୁବଶୀଘ୍ର ଅଟକ ଆତଙ୍କବାଦୀର ପରିଚୟ ପ୍ରକାଶ କରିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ରବିବାର ଜମ୍ମୁ କଶ୍ମୀରର ହନ୍ଦଓ୍ୱାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କର୍ଣ୍ଣେଲ, ମେଜର ସମତେ ୨ ସୁରକ୍ଷାକର୍ମୀ ଏବଂ ଜଣେ ପୁଲିସ ଶହୀଦ୍ ହୋଇଛନ୍ତି।

ଏହାପରେ ସୋମବାର ହନ୍ଦଓ୍ୱାରାର କାଜିଆବାଦରେ ଥିବା ସିଆରପିଏଫର ଏକ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ତିନି ଯବାନ ଶହୀଦ ହୋଇଥିଲେ।



from Odisha Reporter https://ift.tt/3caFdnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages