ସୋର (ଶଶିକାନ୍ତ ବେହେରା): ବିଳମ୍ବିତ ରାତିରେ ପୋଖରୀରୁ ମାଛ ଚୋରି କରୁଥିବା ବେଳେ ଧରାପଡ଼ିଲେ। ଏହାପରେ ଲୋକେ ସେମାନଙ୍କୁ ରାତି ସାରା ଗଛରେ ବାନ୍ଧି ଦେଇଥିଲେ। ଶେଷରେ ଫାଇନ୍ ଆଦାୟ କରି ଛାଡ଼ିଥିଲେ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୈଦ୍ୟନାଥ ଜେନାଙ୍କ ମାଛ ପୋଖରୀରେ ତିନି ଜଣ ଯୁବକ ପଶି ମାଛ ଧରୁଥିଲେ। ଏହି ସମୟରେ ଗ୍ରାମବାସୀ ଯୁବକମାନଙ୍କୁ କାବୁ କରି ନେଇ ଥିଲେ। ପରେ ସେମାନେଙ୍କୁ ରାତି ସାରା ଗଛରେ ବାନ୍ଧି ରଖିଥିଲେ। ଆଜି ସକାଳେ ଗାଁରେ ଭଦ୍ରଲୋକମାନେ ବସି ଘଟଣାର ସମାଧାନ କରିଥିଲେ। ଉକ୍ତ ଯୁବକ ମାନଙ୍କଠାରୁ କିଛି ଫାଇନ୍ ଆଦାୟ କରି ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ତିନି ଯୁବକଙ୍କ ଘର ବେଙ୍ଗେଇ ଗାଁରେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/3grn1IO
No comments:
Post a Comment