କୋରାପୁଟ (ସୂର୍ଯ୍ୟ ପଣ୍ଡା): କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଲୋକେ ଘରୁ ବାହାରିଲେ ମାସ୍କ ପିନ୍ଧି ବାହାରୁଛନ୍ତି। କିଏ କପଡ଼ାରେ ତିଆରି ମାସ୍କ ପିନ୍ଧୁଛି ତ ଆଉ କିଏ ଉଚ୍ଚ ମାନର ଓ ଉଚ୍ଚ ଦରର ମାସ୍କ ବ୍ୟବହାର କରୁଛନ୍ତି। ହେଲେ କୋରାପୁଟ ଜିଲ୍ଲା ମହାଦେଇପୁଟ ପଞ୍ଚାୟତର ଲିଟିଗୁଡା ଗାଁ ଲୋକେ କେନ୍ଦୁ, ଶାଳ ଓ ଶିଆଳି ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି। ଏବେ ଗାଁରେ ଏମ୍ଏନ୍ଆର୍ଇଜିଏସ୍ ଯୋଜନାରେ କାମ ଚାଲିଥିବାରୁ ସେମାନେ ଏହି ମାସ୍କ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଛି।
ଏନେଇ ଗାଁର ସୁବାସ ନାୟକ କହିଛନ୍ତି, “ଆମେ ଦୁଇ ତିନୋଟି ମାସ୍କ କିଣି ବ୍ୟବହାର କରୁଥିଲୁ। ହେଲେ ଏହା ଶୀଘ୍ର ମଇଳା ହୋଇଗଲା। ତେଣୁ ଆମେ ଗାଁ ଲୋକେ ପତ୍ରରେ ମାସ୍କ ତିଆରି କରିବାକୁ ଚିନ୍ତା କଲୁ। ଆଉ ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛୁ। ଏହି ମାସ୍କ ପିନ୍ଧିଲେ ଭଲ ଲାଗୁଛି। ଏଥିସହ ସରକାରଙ୍କ ସବୁ ନିୟମ ପାଳନ କରୁଛୁ।”
from Odisha Reporter https://ift.tt/2KOBOyn
No comments:
Post a Comment