ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ ଦିନ ମଧ୍ୟରେ ମୁଲାୟମ ଏଭଳି ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ବୁଧବାର ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲ ଅଣାଯାଇଥିଲା। ତେବେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଏବେ ପୁଣିଥରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି।
ଦଳର ମୁଖପାତ୍ର କହିଛନ୍ତି, ୮୦ ବର୍ଷୀୟ ମୁଲାୟମ ରୁଟିନ ଚେକଅପ ପାଇଁ ମେଦାନ୍ତ ହସ୍ପିଟାଲ ଯାଇଥିଲେ। ହେଲେ ତାଙ୍କର ପେଟ ଓ ପରିସ୍ରା ଜନିତ ସମସ୍ୟା ଦେଖାଦେବାରୁ ଡାକ୍ତର ତାଙ୍କୁ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବ।
ମୁଲାୟମ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଟ୍ୱିଟ କରି ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।
from Odisha Reporter https://ift.tt/3fIVwKr
No comments:
Post a Comment