ମନମୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଜ୍ୱର ନ ଛାଡ଼ିବାର କାରଣ ଖୋଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ମନମୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଜ୍ୱର ନ ଛାଡ଼ିବାର କାରଣ ଖୋଜା

ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ‌ଏମସର ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ଛାତି ଯନ୍ତ୍ରଣା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ତାଙ୍କ ଶରୀରରେ ଜ୍ୱର ଲାଗି ରହିଥିବା ଜଣାପଡ଼ିଛି। ଏହା ସାଧାରଣ ଜ୍ୱର ନା ଆଉ କିଛି ଏହାର କାରଣ ଜାଣିବା ପାଇଁ ଶ୍ରୀ ସିଂହଙ୍କର ବିଭିନ୍ନ ପରୀକ୍ଷା କରାଯାଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ସନ୍ଧ୍ୟାରେ ଶ୍ରୀ ସିଂହ ଛାତି ଯନ୍ତ୍ରଣା ଓ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ହୃଦରୋଗ ବିଶେଷଜ୍ଞଙ୍କ ଟିମ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ ତାଙ୍କ ଶରୀରର ତାପମାତ୍ରା ବଢ଼ିଥିବାରୁ ଏହାର କାରଣ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ତାଙ୍କର ଏକାଧିକ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ୨୦୦୯ରେ ଶ୍ରୀ ସିଂହ ଏମସରେ କୋରନାରୀ ବାଇପାସ ସର୍ଜରୀ କରିଥିଲେ। ଏହା ସଫଳତାର ସହ ଶେଷ ହୋଇଥିଲା। ସେବେଠାରୁ ସେ ସୁସ୍ଥ ରହିଥିଲେ।

ଏପରି କି ଗତ ସପ୍ତାହରେ ୮୭ ବର୍ଷୀୟ ଶ୍ରୀ ସିଂହ, କଂଗ୍ରେସ ଅନ୍ତୀରଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ଦଳ କ୍ଷମତାରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ବେଶ ସୁସ୍ଥ ରହିଥିଲେ। କିନ୍ତୁ ହଠାତ୍‌ ଗତକାଲି ସନ୍ଧ୍ୟାରେ ସେ ଛାତି ଯନ୍ତ୍ରଣାର ସମ୍ମୁଖୀନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/3bmsKvJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages