କେଉଁଠି ଗଡ଼ିଲା ତ କେଉଁଠି ଗଡ଼ିଲାନି ଘରୋଇ ବସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

କେଉଁଠି ଗଡ଼ିଲା ତ କେଉଁଠି ଗଡ଼ିଲାନି ଘରୋଇ ବସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ମାତ୍ର ୧୫ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ବୌଦ୍ଧ ଅଭିମୁଖେ ଗଡିଛି । ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ବାହାରିଲା ଆଉ ୨ଟି ବସ୍। ଭଦ୍ରକ ବସ୍‌ ଷ୍ଟାଣ୍ଡରୁ ମଧ୍ୟ କମ୍ ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା। ବସ୍‌କୁ ଧୋଇ ସଫାସୁତରା କରିବା ସହ ଯାତ୍ରୀଙ୍କୁ ସାନିଟାଇଜର ଦେଇ ବସ୍ ଭିତରକୁ ଛଡାଯାଇଥିବା କହିଛନ୍ତି କର୍ମଚାରୀ।

। ଅନ୍ୟପଟେ କଟକ ବାଦାମବାଡି ବସଷ୍ଟାଣ୍ଡରେ ଯାତ୍ରୀ ପହଞ୍ଚିଥିବା ବେଳେ କିନ୍ତୁ ଗୋଟିଏ ବି ବସ୍ ନଥିଲା। କିଛି ଯାତ୍ରୀ ରାଉରକେଲା ଓ ସମ୍ବଲପୁରକୁ ଯିବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ବସ୍ ନ ପାଇ ନିରାଶ ହୋଇଥିଲେ।

କୋରାପୁଟ, ଜୟପୁରରେ ମଧ୍ୟ ଆଜି ବସ୍ ଗଡିନାହିଁ। ଗାଡି ମରାମତି ଏବଂ ବସ୍ କର୍ମଚାରୀ ନ ଥିବାରୁ ବସ୍ ଚଳାଚଳ ହୋଇନାହିଁ। ଆସନ୍ତା ଜୁନ ପହିଲା ଏଠାରୁ ବସ୍ ଚଳାଇବାକୁ ଜୟପୁର ଘରୋଇ ବସ୍ ମାଲିକ ସଂଘ କହିଛି।

ସୂଚନାଯୋଗ୍ୟ, ଆଜିଠୁ ବସ୍‌ ଚଳାଚଳ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ରାଜ୍ୟରେ ୧୪ ହଜାର ବସ୍‌ ଥିବା ବେଳେ ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ସଂଘର ସାଧାରଣ ସଂପାଦକ। ବସ୍‌ରେ ଚଢିବା ପୂର୍ବରୁ ଯାତ୍ରୀ ଓ କର୍ମଚାରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ସରକାର ଥର୍ମାଲ ସ୍କାନର ଯୋଗାଇଦେବାକୁ କହିଛି ସଂଘ। ତେବେ ବସ୍ ଭଡ଼ା ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।



from Odisha Reporter https://ift.tt/2yEF1yd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages