ରହସ୍ୟମୟ ପାକିସ୍ତାନୀ ପାରା ଠାବ ଘଟଣା ଉପରୁ ପର୍ଦ୍ଦା ହଟିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ରହସ୍ୟମୟ ପାକିସ୍ତାନୀ ପାରା ଠାବ ଘଟଣା ଉପରୁ ପର୍ଦ୍ଦା ହଟିଲା

ନୂଆଦିଲ୍ଲୀ: ୩ ଦିନ ତଳେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାରୁ ଏକ ପାରା ଧରାପଡ଼ିଥିଲା। ଏହି ପାରାଟି ପାକିସ୍ତାନରୁ ଗୁପ୍ତଚର କାର୍ଯ୍ୟ କରିବା ପାଇଁ ଭାରତୀୟ ସୀମାରେ ପ୍ରବେଶ କରିଥିବା ଚର୍ଚ୍ଚା ହେଉଥିଲା। ଉକ୍ତ ପାରାର ଗୋଡ଼ରେ ଗୋଟିଏ ରିଙ୍ଗ ଓ ଏଥିରେ କିଛି ନମ୍ବର ଲେଖାଯାଇଥିବାରୁ ଗୁଇନ୍ଦାଗିରି ସନ୍ଦେହ ଆହୁରି ଦୂଢ଼ୀଭୂତ ହୋଇଥିଲା। ତେବେ ଏହାକୁ ନେଇ ଯାଞ୍ଚ ଚାଲିଥିବା ବେଳେ ପୂରା ଘଟଣା ଉପରକୁ ପର୍ଦ୍ଦା ହଟିଛି।

ପାକିସ୍ତାନର ବାଗ-ଶହକରଘର ଗାଁର ହବିବୁଲ୍ଲା ଏହି ପାରାଟି ତାଙ୍କର ଓ ସେ ଏହାକୁ ଦୀର୍ଘ ଦିନ ହେଲା ପୋଷୀ ଥିଲେ ବୋଲି କହିଛନ୍ତି। ଏଥିସହ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷିତ ଭାବେ ପାରାଟିକୁ ତାଙ୍କୁ ହସ୍ତାନ୍ତର କରିବାକୁ ମଧ୍ୟ ନିବେଦନ କରିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଡନ୍‌କୁ ସୂଚନା ଦେଇ ହବିବୁଲ୍ଲା କହିଛନ୍ତି, “ଭାରତରେ ଥିବା ପାରାଟି ମୋର। ତା’ ଦେହରେ ଗୋଟିଏ ପିଙ୍କ ପ୍ୟାଚ ରହିଛି। ମୁଁ ତା’କୁ ଦୀର୍ଘ ଦିନ ହେଲା ପାଳିଥିଲି। ସେ କେବେ ହେଲେ ଗୁପ୍ତଚର କିମ୍ବା ଆତଙ୍କବାଦୀ ନୁହେଁ।

ଇଦ୍‌ ପାଇଁ ମୁଁ ତା’କୁ ଅନ୍ୟ ପାରାଙ୍କ ସହ ଖୁସିରେ ଉଡ଼ିବା ପାଇଁ ଛାଡ଼ିଥିଲି। ତା’ ଗୋଡ଼ରେ ବନ୍ଧା ଯାଇଥିବା ରିଙ୍ଗରେ ମୋ ଫୋନ ନମ୍ବର ରହିଛି। ଭାରତୀୟ ସୀମା ଠାରୁ ମାତ୍ର ୪ କିମି ଦୂରରେ ମୋ ଗାଁ। ତେଣୁ ପାରାଟି ଭାରତର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଯାଇଥିଲା। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ପାରାକୁ ସୁରକ୍ଷିତ ଓ ସମ୍ମାନର ସହ ମୋତେ ଫେରାଇ ଦିଅନ୍ତୁ।”

ମେ’ ୨୫ ତାରିଖରେ ପାରାଟି ଅନ୍ତର୍ଜାତୀୟ ସୀମାରେ ସନ୍ଦିଗ୍ଧ ଭାବେ ବୁଲୁଥିଲା। ଏହା ଦେଖି ମନୟାରୀ ଗାଁର ଜଣେ ବ୍ୟକ୍ତି ପାରାଟିକୁ କାବୁ କରି ନେଇଥିଲେ। ଏହାପରେ ସେ ଏହାକୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ତା’ ଗୋଡ଼ରେ କିଛି ନମ୍ବର ଲେଖାଯାଇଥିବାରୁ ଏହା କୌଣସି କୋଡ ବୋଲି ସନ୍ଦେହ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।



from Odisha Reporter https://ift.tt/3dfYW5K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages