ଶ୍ରମିକଙ୍କ ଟ୍ରେନକୁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦେଉନି ପଶ୍ଚିମବଙ୍ଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଶ୍ରମିକଙ୍କ ଟ୍ରେନକୁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦେଉନି ପଶ୍ଚିମବଙ୍ଗ!

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକମାନଙ୍କୁ ଟ୍ରେନ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି। ହେଲେ ପଶ୍ଚିମବଙ୍ଗ ସରକାର ରାଜ୍ୟର ପ୍ରବାସୀମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉ ନଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ଫସିଥିବା ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ସ୍ପେଶାଲ ଶ୍ରମିକ ଟ୍ରେନରେ ନିଜ ରାଜ୍ୟକୁ ପଠାଯାଇଥିଲା।

ତେବେ ସେମାନଙ୍କ ଟ୍ରେନକୁ ପଶ୍ଚିମବଙ୍ଗର ସରକାର ଅଟକାଇ ଦେଇଥିବା କେନ୍ଦ୍ର ସରକାର କହିଛନ୍ତି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି। ମନ୍ତ୍ରଣାଳୟ ଲେଖିଥିବା ଚିଠିଲେ କହିଛନ୍ତି, “ସବୁ ରାଜ୍ୟ ଭଳି ପଶ୍ଚିମବଙ୍ଗର ପ୍ରବାସୀମାନେ ମଧ୍ୟ ନିଜ ରାଜ୍ୟକୁ ଯିବାକୁ ବିକଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରବାସୀମାନଙ୍କୁ ଟ୍ରେନରେ ପଶ୍ଚିମବଙ୍ଗ ପଠାଉଛନ୍ତି।

ହେଲେ ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଉପଯୁକ୍ତ ସହଯୋଗ ମିଳୁନାହିଁ। ସ୍ଥାନୀୟ ସରକାର ଟ୍ରେନଗୁଡ଼ିକୁ ରାଜ୍ୟ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦେଉନାହାନ୍ତି। ଏହା ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ। ଏହାଦ୍ୱାରା ଶ୍ରମିକମାନେ ଆହୁରି କଠିନ ପରିସ୍ଥିତର ସମ୍ମୁଖୀନ ହେବେ। ତେଣୁ ପଶ୍ଚିମବଙ୍ଗ ସରକାର ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଅନ୍ତୁ।” ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2AdPh0P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages