୩୮୦୦ ଲିଟର ଦେଶୀ ମଦ ପୋଚ ନଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

୩୮୦୦ ଲିଟର ଦେଶୀ ମଦ ପୋଚ ନଷ୍ଟ

ଖୋର୍ଦ୍ଧା(ବଳରାମ ଲେଙ୍କା): ଲକ୍‌ଡାଉନ୍‌ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଚାଲିଛି ଗଳାବାଟରେ ମଦ ବ୍ୟବସାୟ। ଆଜି ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ପଦର ଗାଁରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଗାଁର ଏକ ପୋଖରୀ ନିକଟରେ ଦେଶୀ ମଦ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାୟ ୩୮୦୦ ଲିଟର ପୋଚ ଅବକାରୀ ବିଭାଗ ନଷ୍ଟ କରିଛି।

ଏତେ ପରିମାଣର ମଦ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ବୋଲି ଅବକାରୀ ଇନସପେକ୍ଟର ରଞ୍ଜନ କୁମାର ନାୟକ କହିଛନ୍ତି। ହେଲେ ଲକଡାଉନ୍‌ ସମୟରେ କିପରି ମଦ ଚାଲାଣ ହେଉଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଭୁବନେଶ୍ୱରସ୍ଥିତ ଜୟଦେବ ବିହାରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବହୁ ଲୋକ ଦେଶୀ ମଦ ବିକ୍ରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା।

 



from Odisha Reporter https://ift.tt/2WhSoNI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages