ମେ’ ୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ମେ’ ୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ!

ନୂଆଦିଲ୍ଲୀ: ଦେଶରେ କରୋନା ଲକଡାଉନ ପାଇଁ ବନ୍ଦ ଥିବା ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସଙ୍କେତ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏପରି କି ସରକାର ମେ ୧୫ ସୁଦ୍ଧା ଘରୋଇ ବିମାନ ଚଳାଚଳ ପାଇଁ ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଆମେ ମେ’ ୧୫ ପୂର୍ବରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରୁଛୁ। ଏନେଇ ମୁଁ ଚେଷ୍ଟା ଜାରି ରଖିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ତାରଖରେ ଆରମ୍ଭ ହେବ, ସେକଥା ମୁଁ ଏବେ ଆପଣଙ୍କୁ କହିପାରିବି ନାହିଁ।

ଘରୋଇ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। କାରଣ ଘରୋଇ ବିମାନ ଚଳଚଳ ପାଇଁ ରାଜ୍ୟ ସରକାରମାନେ ନିଜ ନିଜ ଅଞ୍ଚଳରେ ଭିତ୍ତିଭୂମି ପ୍ରସ୍ତୁତ କରିବେ।” କ’ଣ କେବଳ ଗ୍ରୀନ ଜୋନରେ ବିମାନ ଚଳାଚଳ ହେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ହରଦୀପ କହିଛନ୍ତି, “ଆମେ ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଆପଣ ଯଦି ଭାରତର ମ୍ୟାପ ଦେଖିବେ, ତା’ହେଲେ ଗ୍ରୀନ ଜୋନରେ ବିମାନ ଚଳାଚଳ ଆରମ୍ଭ କରିବା ସହଜ।

କିନ୍ତୁ ଆପଣ ଯଦି ମେଟ୍ରୋ କଥା ବିଚାର କରିବେ, ତା’ହେଲେ ଦେଶର ସମସ୍ତ ମେଟ୍ରୋ ରେଡ ଜୋନରେ ରହିଛି। ଆମେ ସେହି ସ୍ଥାନଗୁଡ଼ିକୁ ମଧ୍ୟ ଆଦୌ ଛାଡ଼ିପାରିବୁ ନାହିଁ। ତେବେ କିଛି ଦିନ ମଧ୍ୟରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”

କରୋନା ଲକଡାଉନ ଯୋଗୁ ମାର୍ଚ୍ଚ ୨୪ରୁ ବିମାନ ଚଳାଚଳ ବନ୍ଦ ରହିଛି। ଦେଶ ଭିତରେ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ ଲଗାଇ ଯାଇଛି। ବର୍ତ୍ତମାନ ମେ’ ୧୭ ଯାଏ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିବ। ଏହା ମଧ୍ୟରେ କେମିତି ୧୫ ତାରିଖ ସୁଦ୍ଧା ବିମାନ ଉଡ଼ିବ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/2zn6zbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages