ଚାଇନା ସହ ସୀମା ବିବାଦ, ପାକିସ୍ତାନ କହିଲା ସବୁ ଭୁଲ ଭାରତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ଚାଇନା ସହ ସୀମା ବିବାଦ, ପାକିସ୍ତାନ କହିଲା ସବୁ ଭୁଲ ଭାରତର

ଇସଲାମାବାଦ: ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଚାଇନା ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମୁଣ୍ଡ ଖେଳାଇଛି ପାକିସ୍ତାନ। ବନ୍ଧୁ ଚାଇନାକୁ ଖୋଲାଖୋଲି ସମର୍ଥନ କରି ପାକିସ୍ତାନ ପଡ଼ୋଶୀ ଭାରତକୁ ସବୁ ଦୋଷ ଦେଇଛି। ସୀମା ବିବାଦ ସୃଷ୍ଟି କରିବା ଭାରତର ଅଭ୍ୟାସ ବୋଲି ଇସଲାମାବାଦ କହିଛି। ଏଥିସହ ସବୁ ଭୁଲ ଭାରତର ବୋଲି ପାକିସ୍ତାନ ମତ ଦେଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସୀ କହିଛନ୍ତି, “ଭାରତ ସର୍ବଦା ତା’ର ପଡ଼ୋଶୀମାନଙ୍କ ଆଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରୁଛି। ଏହାଦ୍ୱାରା ଆଞ୍ଚଳିକ ସୁରକ୍ଷା ଓ ଶାନ୍ତି ପ୍ରତି ବିପଦ ସୃଷ୍ଟି ହେଉଛି। ଚାଇନା ସର୍ବଦା ସହନଶୀଳତା ଓ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରୁଛି। ଏତେ ବିବାଦ ସତ୍ତ୍ୱେ ଚାଇନା ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ବିବାଦ ସମାଧାନ ହୋଇପାରିବ ବୋଲି ମତ ଦେଉଛି।

କିନ୍ତୁ ଭାରତ ନିୟମିତ ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ବିବାଦୀୟ ଅଞ୍ଚଳରେ ନିର୍ମାଣ କାମ ଜାରି ରଖିଛି। ଏହା ଆଞ୍ଚଳିକ ଶାନ୍ତି ପାଇଁ ବିପଦ। ଭାରତର କେତେବେଳେ ନେପାଳ ସହ ସୀମା ବିବାଦ ସୃଷ୍ଟି କରୁଛି ତ ଆଉ କେତେବେଳେ ନୂଆଦିଲ୍ଲୀ ଆଫଗାନିସ୍ତାନର ଶାନ୍ତି ଭଙ୍ଗ ପାଇଁ ଉଦ୍ୟମ କରୁଛି।

ଭାରତ ପୂର୍ବରୁ ବାଲୋଚିସ୍ତାନରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା। ଏବେ ଲଦାଖରେ ସମାନ କାମ କରୁଛି। ଏପରି ଅଶାନ୍ତି ସୃଷ୍ଟି କରି ଚାଇନା ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରୁଛି।”

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ମୋଦି ସରକାରଙ୍କୁ ସୀମା ବିବାଦ ପାଇଁ ଦାୟୀ କରିଛନ୍ତି। ଏଥିସହ ସେ ଭାରତ ଜାଣିଶୁଣି ନେପାଳ ଓ ଚାଇନା ସହ ତିକ୍ତତା ସୃଷ୍ଟି କରୁଛି ବୋଲି କହିଛନ୍ତି।



from Odisha Reporter https://ift.tt/36AIhHm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages