ସୋର (ଶଶିକାନ୍ତ ଦାସ): ବାଲେଶ୍ୱର ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଜିଲ୍ଲାର ଖନ୍ତାପଡ଼ା ଥାନା ଉଳିଆପାଟଣାରେ ଗୋଟିଏ ଟ୍ରକ୍ ଆଉ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଜଣେ ପ୍ରବାସୀଙ୍କର ମୃତ୍ୟୁ ଘଟିଛି। ଚକା ଫାଟିଥିବାରୁ ସେଠାରେ ଗୋଟିଏ ଟ୍ରକ୍ ଛିଡ଼ା ହୋଇଥିଲା। ଏହି ସମୟରେ ଅନ୍ୟ ଟ୍ରକ୍ଟି ଆସି ଏହା ପଛରେ ଧକ୍କା ଦେଇଥିଲା। ଫଳରେ ପଛ ଟ୍ରକ୍ରେ ବସିଥିବା ଜଣେ ପ୍ରବାସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତା’ସହିତ ପୂର୍ବରୁ ଛିଡ଼ା ହୋଇଥିବା ଟ୍ରକ୍ର ଡ୍ରାଇଭର ବି ଗୁରୁତର ଆହତ ହୋଇଛନ୍ତି। ମୃତ ପ୍ରବାସୀଙ୍କର ପରିଚୟ ମିଳିପାରି ନାହିଁ।
ସେହିଭଳି ଆଉ ଏକ ଦୁର୍ଘଟଣା ଘଟିଛି ପଣପଣା ନିକଟରେ। ଏଠାରେ ଏକ ବସ୍ ସହିତ ଏକ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଖନ୍ତାପଡ଼ା ଥାନା ପୁଲିସ୍ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ଟ୍ରକ୍ ଭିତରୁ କଢ଼ା ଯାଇଥିଲା। ସେହିଭଳି ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବସ୍ଟି କିଛି ପ୍ରବାସୀଙ୍କୁ କୋଲକାତାରେ ଛାଡ଼ି ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
from Odisha Reporter https://ift.tt/3bD0bu0
No comments:
Post a Comment