କଟକ (ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
କଟକ ଜିଲ୍ଲା ଟାଙ୍ଗୀରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ବସ୍ଟି ପଛପଟୁ ଧକ୍କା ଦେଇଥିଲା। ବସ୍ଟି ତାମିଲନାଡୁରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଭଦ୍ରକ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ୍ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲ୍କୁ ଅଣାଯାଇଥିଲା।
ଟାଙ୍ଗୀ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3cVvsJS
No comments:
Post a Comment